ମହିଳା ଶିଶୁଵିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଙ୍କୁ କରଞ୍ଜିଆ ରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

କରଞ୍ଜିଆ, (ଜିତେନ୍ଦ୍ର ରାଜ) :-ଆଜି ରାଜ୍ୟ ମହିଳା ଶିଶୁଵିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ତଥା କରଞ୍ଜିଆ ବିଧାୟିକା ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ମନ୍ତ୍ରୀ ମଣ୍ଡଳ ରେ ସ୍ଥାନ ପାଇବା ପରେ ନିଜ ନିର୍ବାଚନ ମଣ୍ଡଳୀକୁ ପ୍ରଥମ ଗସ୍ତ କାର୍ଯ୍ୟକ୍ରମ ଥିଲା । ଦିବା ୧0 ଘଟିକା ସମୟରେ ଠାକୁରମୁଣ୍ଡା ଗୋଡ଼ଭଙ୍ଗା ଠାରେ ପହଞ୍ଚିବା ପରେ ଠାକୁରମୁଣ୍ଡା ବିଜେଡି ତରଫରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇ ଥିଲା। ସେଠାରୁ କରଞ୍ଜିଆ ଆସିବା ବାଟ ରେ ବିଭିନ୍ନ ଛକରେ ବିଜେଡି କାର୍ଯ୍ୟକର୍ତା ଓ ଜନସାଧାରଣ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଦିବା ୧୨ ଘଟିକା ସମୟରେ ସେ କରଞ୍ଜିଆ ରେ ପହଞ୍ଚିବା ପରେ କରଞ୍ଜିଆ ବିଜେଡି ତରଫରୁ ତାଙ୍କୁ ସ୍ୱାଗତ କରାଯାଇ ଏକ ବାଇକ ରାଲ୍ଲି ରେ ସହର ପରିକ୍ରମା ପରେ ସ୍ଥାନୀୟ ରାମ ବାଟିକା ଠାରେ ବରିଷ୍ଠ ନେତା ଗିରିଧାରୀ ପୃଷ୍ଟି ଙ୍କ ସଭାପତିତ୍ୱ ରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସମ୍ପାଦକ ଦିଲୀପ ସାହୁ, କରଞ୍ଜିଆ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ପପି ପୃଷ୍ଟି, ଉପାଧ୍ୟକ୍ଷ ସ୍ୱରୂପ ପରିଜା, ଜିଲ୍ଲା ଛାତ୍ର ସଭାପତି ଅନିଶ ମାନ୍ନା, କରଞ୍ଜିଆ ବ୍ଲକ ଅଧକ୍ଷା ଶୁଭଦ୍ରା ମାରାଣ୍ଡି ଙ୍କ ସମେତ ସମସ୍ତ ସମିତି ସଭ୍ୟ, କାଉନସିଲର ଙ୍କ ସହିତ ଦଳୀୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ଯୁବ ନେତା ରୋହିତ ପୃଷ୍ଟି, ବିକି ଅଲ୍ଲୀ, ମହେଶ୍ୱର ନାୟକ ପରିଚାଳନା ରେ ସହଯୋଗ କରିଥିଲେ ।  ଏହି ଅବସରରେ କରଞ୍ଜିଆ ପ୍ରେସ କ୍ଲବ, ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ, ବ୍ରାହ୍ମଣ ସମାଜ, ତୈଳିକ ସମାଜ, ମାରୱାଡି ଯୁବାମଞ୍ଚ, ହ୍ୟୁମାନ ରାଇଟ ସଙ୍ଘ, ବସ ମାଲିକ ସଙ୍ଘ, ବାଥୁଡି ସମାଜ, ମୁସଲିମ ସମାଜ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ