ମହିଳା ଶ୍ରମିକଙ୍କୁ ଟଣା ଓଟରା,ରାଜମିସ୍ତ୍ରୀ ଗିରଫ

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ବୁଗୁଡା ଥାନା ଅନ୍ତର୍ଗତ ଭୋଗଡ ଗ୍ରାମର ଜଣେ ବିଧବା ମହିଳା ଶ୍ରମିକଙ୍କୁ ନଗୁଡୁ ଗ୍ରାମର ଜଣେ ରାଜାମିସ୍ତ୍ରୀ ଟାଣ ଓଟରା କରି ଗିରଫ ହୋଇଥିବା ଜଣାପଡିଛି ।ସ୍ୱାମୀଙ୍କ ମୃତ୍ୟୁ ପରେ ଭୋଗଡା ଗ୍ରାମର ବିଧବା ମହିଳା ଜଣଙ୍କ ନଗୁଡୁ ଗ୍ରାମର ରାଜମିସ୍ତ୍ରୀ ପଣ୍ଡିତ ବେହେରାଙ୍କ ସହ ମହିଳା ଶ୍ରମିକ ଭାବେ କାମକରୁଥିଲେ। ଗତ କାଲି ପୂର୍ବାହ୍ନରେ ପଣ୍ଡିତ ବେହରା ଭୋଗଡ ଗ୍ରାମର ମହିଳା ଶ୍ରମିକଙ୍କ ଘରକୁ ଯାଇ ମହିଳା ଜଣଙ୍କ ପିନ୍ଧିଥିବା ଲୁଗାକୁ ଟଣା ଓଟରା କରିଥିଲେ । ମହିଳା ଜଣଙ୍କ କୌଶଳକ୍ରମେ ଘରୁ ବାହାରକୁ ଚାଲି ଆସିଥିଲେ। ପରେ ମହିଳା ଶ୍ରମିକ ଜଣଙ୍କ ବୁଗୁଡା ଥାନାରେ ଏତଲା ଦେବାପରେ ବୁଗୁଡା ପୋଲିସ କେଶ ନଂ ୨୭୦/୧୯ ପ୍ରକାରେ ଏକ ମାମଲା ରୁଜ୍ଜୁ କରି ଅନୁସନ୍ଧାନ କରିଥିଲେ। ଆଜି ଅଭିଯୁକ୍ତ ପଣ୍ଡିତ ବେହେରାକୁ ଗିରଫ କରାଯାଇଥିବା ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ