ମହିଳା ସଂଗଠନ ଆକାଂକ୍ଷା ପକ୍ଷରୁ ଅସହାୟ ମହିଳା ଓ ଶିଶୁଙ୍କୁ ସହାୟତା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ ଆକାଂକ୍ଷା ପକ୍ଷରୁ ଅସହାୟ ମହିଳା ଓ ଶିଶୁଙ୍କୁ ସହାୟତା ପ୍ରଦାନ କରାଯାଇଛି । ପାରଳାଖେମୁଣ୍ଡି ସହର ଉପକଷ୍ଠସ୍ଥ ରାଣିପେଣ୍ଠ ଠାରେ ଏକ ପଡିଆରେ ୨ଟି ପରିବାର ଦୀର୍ଘ ବର୍ଷ ହେଲା ପାଲପକାଇ ରହୁଛନ୍ତି । ଏହି ୨ଟି ପରିବାର ଛୋଟ ମୋଟ କାମଧନ୍ଦା କରି ନାଳନର୍ଦ୍ଦମାରୁ ବୋତଲ ଓ ଜରି ସଂଗ୍ରହ କରି ନିଜ ପରିବାର ପ୍ରତି ପୋଷଣ କରୁଛନ୍ତି । ସେମାନଙ୍କର କୌଣସି ନିର୍ଦ୍ଧିଷ୍ଟ ଘରଦ୍ୱାର ନାହିଁ କିମ୍ବା ଖାଇବା ପାଇଁ ମଧ୍ୟ ଠିକ୍ ଭାବେ ପାଉନାହାଁନ୍ତି । ବର୍ତ୍ତମାନ ସେମାେନେ ଭିକ୍ଷା ବୃତ୍ତି କରୁଥିବା ବେଳେ ମହିଳା ଆକାଂକ୍ଷା ସଂଗଠନ ଦୃଷ୍ଟିକୁ ଆସିଥିଲା । ଏମାନଙ୍କୁ ସହଯୋଗର ହାତ ବଢାଇ ସଂଗଠନ ପକ୍ଷରୁ ସଭାନେତ୍ରୀ ମିନାକ୍ଷୀ ସାହୁ,ସମ୍ପାଦିକା ମୀନା କୁମାରୀ ଟହଲ,ଉପ ସଭାନେତ୍ରୀ ଅନୀତା କୁମାରୀ ମିଶ୍ର,ସୁନୀତା ବେହେରା ପ୍ରମୁଖ ଏମାନଙ୍କୁ ଶାଢୀ,ଡ୍ରେସ,ମାସ୍କ,ଚାଉଳ,ଚୁଡା,ଚିନି,ବିସ୍କୁଟ ଆଦି ପ୍ରଦାନ କରିଥିଲେ ।