ମହିଳା ସଂଘ ଗଠନକୁ ନେଇ ଗୋଷ୍ଠୀ ସଂଘର୍ଷ ; ୨୦ରୁ ଅଧିକଙ୍କ ନାମରେ ମାମଲା
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ରଣଜିତ ପଞ୍ଚାୟତରେ ମହିଳା ସଂଘ ଗଠନକୁ ନେଇ ଗୋଷ୍ଠୀ ସଂର୍ଘଷ ହୋଇଛି । ଗତ ବୁଧବାର ଦିନବେଳା ମହିଳା ସଂଘ ଗଠନ ହୋଇସାରିବା ପରେ ସନ୍ଧ୍ୟାବେଳକୁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଗୋଷ୍ଠୀ ଗଠନକୁ ନେଇ ରଣଜିତ ବଜାର ଠାରେ ପରସ୍ପର ମଧ୍ୟରେ କଥାକଟାକଟି ହୋଇ ମାରପିଟର ରୂପ ନେଇଥିଲା । ଏଥିରେ ଉଭୟ ପକ୍ଷରୁ ଗୁରୁତର ଆହତ ହୋଇ ମେଦିକାଲରେ ଚିକିତ୍ସାଧିନ ଥିବା ଜଣାଯାଇଛି । ଦୁଇ ପକ୍ଷ ପରସ୍ପରକୁ ଆକ୍ରମଣ କରିଥିବାନେଇ ଥାନାରେ ଅଭିଯୋଗ ହୋଇଛି । ଗ୍ରାମର ରଜନୀ ଜେନା, ମନୋରମା ନାୟକ ଓ ନିରୂପମା ମିଶ୍ରଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ୨୬୮/୨୦,୨୬୯/୨୦ ଓ ୨୭ତ୍ତ୍ୱ୦/୨୦ରେ ମାମଲା ରୁଜୁ କରିଛି । ମାମଲାରେ ୨୦ରୁ ଅଧିକ ଲୋକଙ୍କ ନାମ ରହିଥିବାବେଳେ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ଏହା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛି । ଗାଁରେ ପୁରୁଷ ଶୂନ୍ୟ ହୋଇଯାଇଥିବାବେଳେ ଗଣ୍ଡଗୋଳରେ ସଂପୃକ୍ତ ଥିବା ଲୋକଙ୍କୁ ଧରିବା ପାଇଁ ପୁଲିସର ଚଢାଉ ଜାରି ରହିଛି ।