ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତିକ ମହିଳା ହିଂସା ଦୂରୀକରଣ ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ଦୂର କରିବା ପାଇଁ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଗାଇବା , ନୂଆଗଡ ବ୍ଲକ୍ ବଡପଦା ସମେତ ରାୟଗଡା ଓ ଆର ଉଦୟଗିରି ପ୍ରଭୃତି ପଞ୍ଚାୟତ ସ୍ତରରେ ଥିବା ମିଶନ ଶକ୍ତିର ପ୍ରେରଣା ଗୃହ ଠାରେ ସଂପୃକ୍ତ ପଞ୍ଚାୟତ ସ୍ତରୀୟ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତିକ ମହିଳା ହିଂସା ଦୂରୀକରଣ ଦିବସ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ୨୫ ନଭେମ୍ବରରୁ ଆରମ୍ଭ ହୋଇ ୨୩ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ ଏବଂ ଏହି ମାସବ୍ୟାପି କାର୍ଯ୍ୟକ୍ରମ ମଧ୍ୟରେ ଲିଙ୍ଗ ଭିତ୍ତିକ ହିଂସା ଉପରେ ଏକ ଜାତୀୟ ଅଭିଯାନ “”ନୂଆ ଚେତନା\”\” ଭାବରେ ଏକ ଦେଶବ୍ୟାପୀ ଅଭିଯାନ ଆରମ୍ଭ ହେଉଛି । ଏହି ମାସ-ବ୍ୟାପୀ ଅଭିଯାନ କାର୍ଯ୍ୟକ୍ରମ ମଧ୍ୟରେ ଲିଙ୍ଗ ଭିତ୍ତିକ ସମସ୍ୟାର ଚିହ୍ନଟ ଏବଂ ସମାଧାନ ଉପରେ ଗ୍ରାମୀଣ ମହିଳା ମାନଙ୍କୁ ସହାୟତା କରିବା ପାଇଁ , ବିଭିନ୍ନ ସରକାରୀ ଯୋଜନା ଏବଂ ସେଥିରେ ସେମାନଙ୍କ ଅଧିକାରକୁ ପ୍ରବେଶ କରିବା ଦିଗରେ ସୂଚନା ପ୍ରଦାନ କରିବା ପ୍ରଭୃତି କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି । ଲିଙ୍ଗଗତ ସୁବିଧା କେନ୍ଦ୍ର ତଥା ପ୍ରେରଣା-କେନ୍ଦ୍ର , ଗଜପତି ଜିଲ୍ଲା,ର ୪ ଟି ବ୍ଲକର ଗ୍ରାମ ପଞ୍ଚାୟତ ସ୍ତରରେ ଗଠିତ ହୋଇଛି , ସେସବୁ ବ୍ଲକ୍ ସ୍ଥାନ ହେଲା ଯଥା:- ରାୟଗଡା , ନୁଆଗଡା , ଗୁମ୍ମା ଏବଂ ଆର ଉଦୟଗିରି । ଏ ସବୁ ମିଶନ ଶକ୍ତି ବିଭାଗ ଅନ୍ତର୍ଗତ ଓଡ଼ିଶା ଜୀବିକା ମିଶନ। ଅନ୍ୟପକ୍ଷରେ , ଗଜପତି ଜିଲ୍ଲାରେ ୩ଟି ଲିଙ୍ଗଗତ ସୁବିଧା କେନ୍ଦ୍ର (ଜିଏଫସି) / (ପ୍ରେରଣା କେନ୍ଦ୍ର) ର ଉଦଘାଟନ ବିଭାଗୀୟ ମନ୍ତ୍ରୀଙ୍କ ଦ୍ୱାରା ଭରଚୁଆଲ ମୋଡ଼ରେ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା , ବ୍ଲକ ଏବଂ ପଞ୍ଚାୟତ ସ୍ତରର ଅଧିକାରୀ , ପିଆରଆଇ: ସଦସ୍ୟ , ଡିପିଓ ଓ ପିଡବ୍ଲ୍ୟୁଡି: ସଂଗଠନ ସଦସ୍ୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏଥି ସମେତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାୟାଗଡା , ବ୍ଲକ ଚେୟାରମ୍ୟାନ୍ ଗୁମ୍ମା ଏବଂ ଡିପିଏମ୍ –ଓଏଲ୍ଏମ୍ , ରାୟଗଡ , ଗାଇବା ଏବଂ ବଡପଦା ର ଜିଏଫସି– ପ୍ରେରଣା କେନ୍ଦ୍ରକୁ ଉଦଘାଟନ କରିଥିଲେ ।