ମହିଳା ସଶକ୍ତୀକରଣ ନାଁରେ ବିଜେଡ଼ି ଭୋଟ ରାଜନୀତି କରୁଛି

ବ୍ରହ୍ମପୁର, (ଅନିଲ କୁମାର):ଏସ୍ ଏଚ୍ ଜି ଗଠନ କରି ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଆଳରେ ହୀନ ରାଜନିତୀ କରୁଛି। ଏକଥା ଆଜି ରଙ୍ଗେଇଲୁଣ୍ଡା ବ୍ଲକ୍ ସ୍ତରୀୟ ରୁଣ ମେଳାରୁ ସ୍ପଷ୍ଟ ହୋଇଛି। ବ୍ଲକ ବିଜେଡ଼ି ସଭାପତି ଅଜିତ୍ ଦାସଙ୍କ ନିମନ୍ତ୍ରଣ ଏହା ପ୍ରମାଣିତ କରିଛି । ଆଜି ରଙ୍ଗେଇଲୁଣ୍ଡା ବ୍ଲକ ବିଜେଡ଼ି ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବା ସେ କହିଛନ୍ତି । ଏସ୍ ଏଚ୍ ଜି ମହିଳାଙ୍କୁ ରୁଣ ବଣ୍ଟନ ମେଳା ଏକ ସରକାରୀ କାର୍ଯ୍ୟକ୍ରମ । ଏଥିରେ କୌଣସି ଦଳର ଭୂମିକା ନାହିଁ । କିନ୍ତୁ ବିଜେଡ଼ି ଏହାକୁ ଦଳୀୟ ଷ୍ଟାମ୍ପ ମାରି ରାଜନୈତିକ ଫାଇଦା ନେବାକୁ ଉଦ୍ୟମ ଅତ୍ୟନ୍ତ ନୀନ୍ଦନୀୟ ବୋଲି ବିଜେପି ଏକ ପ୍ରେସ ବିବୃତ୍ତିରେ କହିଛି । ଆପଣମାନେ ଜାଣନ୍ତି, ମିଶନ ଶକ୍ତି କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ । ରାଜ୍ୟ ସରକାରଙ୍କ ଭାଗିଦାରିତାରେ ମହିଳାଙ୍କୁ ଆର୍ଥିକ ଓ ସାମାଜିକ ସ୍ତରରେ ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଧେଶ୍ୟରେ ମୋଦୀ ସରକାର ଏହି ଯୋଜନା ପ୍ରଚଳନ କରିଛନ୍ତି । କିନ୍ତୁ ବିଜେଡ଼ି ପ୍ରାୟୋଜିତ କାର୍ଯ୍ୟକ୍ରମ ନାମରେ ମନ୍ତ୍ରୀ ଓ ସରକାରୀ ଅଫିସରଙ୍କୁ ହାତବାରିସି କରି ସାଧାରଣ ଲୋକଙ୍କୁ ଭ୍ରମିତ କରୁଛି ବିଜେଡ଼ି । ସରକାରୀ କାର୍ଯ୍ୟକ୍ରମରେ ବିଜେଡ଼ି କର୍ମକର୍ତ୍ତା ମଞ୍ଚାସୀନ ହେବା ଗଣତନ୍ତ୍ର ପ୍ରତି କୁଠାରଘାତ । ଏଭଳି ଦଳୀୟ ସ୍ଵାର୍ଥ ରାଜନୀତିରୁ ବିଜେଡ଼ି କ୍ଷାନ୍ତ ନରହିଲେ ବିଜେପି ତାହାର ଉଚିତ୍ ଜବାବ ଦେବ ବୋଲି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ପ୍ରେସ୍ ବିବୃତ୍ତିରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ