ମହିଳା ସଶକ୍ତୀକରଣ ବିଲ୍
ବାଲେଶ୍ଵର, (ସରୋଜ ପଣ୍ଡା):ପବିତ୍ର ଗଣେଷ ଚତୁର୍ଥୀ ଭାରତ ବର୍ଷର କୋଟି କୋଟି ମାଆ ଓ ଭଉଣୀଙ୍କ ପାଇଁ ଐତିହାସିକ ଦିନ ଥିଲା । ଦୀର୍ଘ ବର୍ଷ ଧରି ଦାବୀ ହୋଇ ଆସୁଥିବାରୁ ମହିଳା ସଂରକ୍ଷଣ ବିଲ୍ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆନ୍ତରିକତା ଓ ପ୍ରଚେଷ୍ଟା କାରଣରୁ ଲୋକସଭାରେ ଆଗତ ହୋଇଥିଲା । ଏହି ବିଲ୍ କାର୍ଯ୍ୟକାରୀ ହୋଇ ଆଇନରେ ପରିଣତ ହେବା ଫଳରେ ଲୋକସଭା ଏବଂ ରାଜ୍ୟର ବିଧାନସଭା ମାନଙ୍କରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ସମ୍ଭବ ହେବ ଏବଂ ମହିଳାମାନଙ୍କ ନୀତି ନିର୍ଦ୍ଧାରଣରେ ଭାଗିଦାରିତା ରହିବ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ଏକ ସ୍ୱତନ୍ତ୍ର ସଂସଦ ଅଧିବେସନ ଡାକି ନୂତନ ସଂସଦ ଭବନରେ ପ୍ରଥମ ବିଲ୍ ରୂପେ ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନ ଅଧିନିୟମ) କୁ ଉପସ୍ଥାପନା କରି କୋଟି କୋଟି ମାଆ ଓ ଭଉଣୀଙ୍କୁ ଯଥାର୍ଥ ସମ୍ମାନ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମହିଳା ସଶକ୍ତୀକରଣ ଦିଗରେ ଏହା ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି ।ଏହି ଅବସରରେ ଆଜି ବାଲେଶ୍ଵର ସ୍ଥିତ ରୟାଲ କୁଇନ୍ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ ଏହି ଯୁଗାନ୍ତକାରୀ ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ସହିତ କହିଥିଲେ ଯେ ମହିଳା ସଶକ୍ତୀକରଣ ବିଲ୍ (ନାରୀ ଶୂକ୍ତି ବନ୍ଦନ ଅଧିନିୟମ) ଆଇନ୍ ବଳରେ ମହିଳା ମାନଙ୍କୁ ସାମାଜିକ ନ୍ୟାୟ ମିଳିବା ସହିତ ଆଇନ୍ ପ୍ରଣୟନରେ ଭାଗିଦାରୀ ମିଳିବ। ସ୍ବାଧୀନତା ପରଠାରୁ ଦେଶର କୌଣସି ରାଜନୈତିକ ଦଳ ମହିଳାଙ୍କୁ ଅଧକାର ଦେବା କ୍ଷେତ୍ରରେ ସକାରାତ୍ମକ ଭୂମିକା ନିର୍ବାହ କରିନାହାଁନ୍ତି, ଜନସଂଖ୍ୟାର ୫୦% ଭାଗିଦାରୀ ଥିବା ସ୍ବତ୍ତେ ମହିଳାଙ୍କୁ ଅଧିକାର ଦେବା କ୍ଷେତ୍ରରେ କେବଳ କୁମ୍ଭୀର କାନ୍ଦଣା କାନ୍ଦିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ଇଚ୍ଛାଶକ୍ତି ବଳରେ ଦୀର୍ଘ ୨୭ ବର୍ଷ ଧରି ଅଟକିଥିବା ମହିଳାଙ୍କୁ ୩୩% ଆରକ୍ଷଣ ବିଲ୍ ସଂସଦର ଉଭୟ ଗୃହରେ ପାରିତ ହୋଇ ଆଇନରେ ପରିଣତ ହେଇପାରିଲା। ବର୍ତ୍ତମାନ ସଂସଦରେ ୮୨ ମହିଳା ସାଂସଦ ଅଛନ୍ତି ଯାହା ହିସାବରେ ୧୫%, ୩୩% ଆରକ୍ଷଣ ସୁନିଶ୍ଚିତ ହେଲେ ସଂଖ୍ୟା ୧୮୦ରେ ପହଞ୍ଚିବ ବୋଲି କହିଛନ୍ତି।ପୁର୍ବତ୍ତୋର ରାଜ୍ୟ ମାନଙ୍କରେ ମହିଳାମାନଙ୍କୁ କୌଣସି ପ୍ରକାରର ରାଜନୈତିକ କ୍ଷେତ୍ରରେ ଅଧିକାର ମିଳୁନଥିଲା, ପ୍ରଥମଥର ପାଇଁ ବିଜେପି ରାଜନୈତିକ କ୍ଷେତ୍ରରେ ମହିଳାଙ୍କୁ ସୁଯୋଗ ଦେଇ ଦୃଷ୍ଟାନ୍ତମୂଳକ ଉଦାହରଣ ସୃଷ୍ଟି କରିପାରିଛି। ସର୍ବଶେଷରେ ସେ କହିଥିଲେ ଯେ “ମୋଦି ଥିଲେ ସବୁ ସମ୍ଭବ” मोती है तो मुमकिन है Modi hai to mumkin hai , ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାନେତ୍ରୀ ମନୀଷା ଚନ୍ମୟୀ ବେହେରା, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଖଇରା ବ୍ଲକ ଚେୟାରମେନ ଅଭିଲିପ୍ସା ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, କାଉନସିଲର ପୂଜା ତରାଇ, ସରପଞ୍ଚ ଆରତୀ ସତପଥୀ, ସଂଯୁକ୍ତା ମହାପାତ୍ର, ସିପ୍ରା ମହାପାତ୍ର, ମମତା ମହାପାତ୍ର, ପିଙ୍କି ପ୍ରଧାନ, ସସ୍ମିତା ଚାନ୍ଦ, ଭାରତୀ ମଲ୍ଲିକ, ସୁସ୍ମିତା ପଣ୍ଡା, ହେମଲତା ସେଠୀ, ବାସନ୍ତୀ ବେହେରା, ସୁଇଟି ବାରିକ୍, ସୁମତୀ ଦେ, ଅଭିପ୍ସା ନାୟକ, ପ୍ରଶାନ୍ତି ପଣ୍ଡା, ମଧୁଶ୍ରୀ ପଣ୍ଡା, ସୁକାନ୍ତି ଦେବଗୋସ୍ବାମୀ ସମେତ ଜିଲ୍ଲାର ସମସ୍ତ ମହିଳା କାର୍ଯ୍ଯକର୍ତ୍ତା ଯୋଗଦାନ କରିଥିଲେ


