ମହିଳା ସ୍ନାତକ ମହାବଦ୍ୟାଳୟରେ ନୂତନ କୋଠା ନିର୍ମାଣର ଶୁଭ ପ୍ରଦାନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ମହିଳା ସ୍ନାତକ ମହାବିଦ୍ୟାଳୟର ନୂତନ କୋଠା ନିର୍ମାଣ ନିମନ୍ତେ ଶୁଭ ପ୍ରଦାନ କାର୍ଯ୍ୟକ୍ରମ ପାରଳାର ମାନ୍ୟବର ବିଧାୟକ ଶ୍ରୀ କେ. ନାରାୟଣ ରାଓଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଫେସର୍‌ ନାସୀର୍ ବେଗ୍, ଅଧ୍ୟକ୍ଷା ଡ ରୀନା ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ । ଏହି ନୂତନ କୋଠା ନିର୍ମାଣ ନିମନ୍ତେ ମାନ୍ୟବର ବିଧାୟକ ନିଜସ୍ବ ପାଣ୍ଠିରୁ ୫ ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରିଥିବାରୁ କୃତଜ୍ଞତା ପ୍ରଦାନ କରାଯାଇଥିଲା । ଏ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ତ‌ଥା ସମସ୍ତ କର୍ମଚାରୀ ବୃନ୍ଦ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ