ମହିଳା ସ୍ନାତକ ମହାବିଦ୍ୟାଳୟ, ଦୁର୍ନୀତି ନିବାରଣ ସଚେତନତା ସପ୍ତାହ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସ୍ଥିତି ମହିଳା ସ୍ନାତକ ମହାବିଦ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଆରମ୍ଭ ହୋଇଛି. ଅଧ୍ଯକ୍ଷା ଡ. ରୀନା ସାହୁଙ୍କ ଅଧ୍ଯକ୍ଷତାରେ ଜାତୀୟ ସେବା ଯୋଜନା ଅଧିକାରୀ ସୁଶ୍ରୀ ମଧୁସ୍ମିତା ପ୍ରଧାନ ଓ ଯୁବ ରେଡକ୍ରସ୍ ଅଧିକାରୀ କୁଷ୍ଣଚନ୍ଦ୍ର ପଣ୍ଡିତଙ୍କ ମିଳିତ ଆନୁକୁଲ୍ୟରେ ହୋଇଥିଲା । ଏଥିରେ ଅଧ୍ୟକ୍ଷା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉଦ‌ବୋଧନ ଦେଇଥିବାବେଳେ ଜାତୀୟ ସେବା ଯୋଜନା ଅଧିକାରୀ ସୁଶ୍ରୀ ମଧୁସ୍ମିତା ପ୍ରଧାନ ଦୁର୍ନୀତିକୁ କିପରି ରୋକା ଯାଇପାରିବ, ସେ ବିଷୟରେ ଆଲୋକପାତ କରିଥିଲେ । ଏ କାର୍ଯ୍ୟକ୍ରମରେ ଅଧ୍ଯକ୍ଷାଙ୍କ ଦ୍ବାରା ଶପଥ ପାଠ ମଧ୍ୟ କରାଯାଇଥିଲା । ଯୁବ ରେଡକ୍ରସ୍ ଅଧିକାରୀ କୁଷ୍ଣଚନ୍ଦ୍ର ପଣ୍ଡିତ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପିକା, ଅଧ୍ୟାପକ, କର୍ମଚାରୀ ବୃନ୍ଦ ଉପସ୍ଥିତ ରହିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ