ମହିଳା ସ୍ଵଂୟ ସହାୟକ ଗୋଷ୍ଠୀଙ୍କୁ ଆତ୍ମନିର୍ଭରଶୀଳ ପ୍ରଶିକ୍ଷଣ କର୍ମଶାଳା
ଗଞ୍ଜାମ, (ବିନୋଦ ପଲାଇ):ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଆତ୍ମନିର୍ଭରଶୀଳ କରିବା ଉଦେଶ୍ୟରେ ଗଞ୍ଜାମ ସହର ସ୍ଥିତ ଗ୍ରାସୀମ ଇଣ୍ଡୋଷ୍ଟିଜ ପକ୍ଷରୁ ଏକଦିନିଆ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ସଭା ଗୃହଠାରେ ଏନଏସିର ମହିଳା ସ୍ୱଂୟ ସହାୟକ ଗୋଷ୍ଟିଙ୍କୁ ଅନୁଷ୍ଠିତ ଏହି କର୍ମଶାଳାକୁ ଗଞ୍ଜାମ ଏନଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ଉପାଧ୍ୟକ୍ଷ ସୁରେନ୍ଦ୍ର ବାରିକ, କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ଯୋଗଦେଇଥିଲେ। ଗ୍ରାସୀମ ଇଣ୍ଡୋଷ୍ଟିଜର ହେଚଆର ମୁଖ୍ୟ ନିରୋଜ ପଟ୍ଟନାୟକ, ସିଏସଆର ମୁଖ୍ୟ ପ୍ରବୀଣ କୁମାର ଦାସ ଯୋଗଦେଇ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଗ୍ରାସୀମ ଇଣ୍ଡୋଷ୍ଟିଜ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ। ଆଜିର କର୍ମଶାଳା ଏକ ଉପାଦୟ ହେବ ବୋଲି କହିଥିଲେ। କାଉନସିଲର ଏସ. ଚନ୍ଦ୍ରଶେଖର, ସଂଯୁକ୍ତା ଦାସ, ସୁଜାତା ମହାନ୍ତି, ସବିତା ବେହେରା ମଞ୍ଚାସିନ ଥିଲେ। ପ୍ରଶିକ୍ଷକ ଭାବେ ନିହାର ରଞ୍ଜନ ଓଝା ଯୋଗଦେଇ ପ୍ରୋଜେକ୍ଟର ମାଧ୍ୟମରେ କିପରି ସ୍ୱଳ୍ପ ବ୍ୟୟରେ ରୋଜଗାରକ୍ଷମ ହୋଇପାରିବେ ସେନେଇସରକାରଙ୍କ ବିଭିନ୍ନ ଆତ୍ମନିର୍ଭରଶୀଳ ପ୍ରକଳ୍ପ ଗୁଡିକ ପ୍ରଦର୍ଶିତ କରି ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ।ଏହି କର୍ମଶାଳାକୁ ଗ୍ରାସୀମର ସିଏସଆର ମ୍ୟାନେଜର ସସ୍ମିତା ବେହେରା ସଂଯୋଜନା କରିଥିଲେ। ଏନଏସି ସିଓ ସ୍ଵପ୍ନାରାଣୀ ମହାପାତ୍ର, ଗ୍ରାସୀମାର ପୁରୁଷୋତ୍ତମ ମୁଦୁଲି, ମୁକ୍ତା ସଂଯୋଜକ ଚିନ୍ମୟ ପୃଷ୍ଟି ପ୍ରମୁଖ ସହଯୋଗ କରିଥିଲେ। ଏହି କର୍ମଶାଳାରେ ଶତାଧିକ ମହିଳା ସ୍ଵଂୟ ସହାୟିକା ଯୋଗଦେଇଥିଲେ ।


