ମହିଳା ସ୍ୱଂୟ ସହାୟକ ଗୋଷ୍ଠୀଙ୍କ ଜନ ସଚେତନତା କାର୍ଯ୍ୟକ୍ରମ

କଟକ, (ଓ୍ବାଇଏନ୍ଏସ୍) : ସ୍ୱର୍ଣ୍ଣଗର୍ଭା ମହାନଦୀକୁ ଅତି ନିକଟରୁ ପର୍ଯ୍ୟବେକ୍ଷଣ କରି କଟକର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହାନଦୀ ପଠାରେ ପରିବା ଚାଷ କରି ତାକୁ ସମ୍ମୁଖକୁ ଆଣି ଜନ ସଚେତନତା ଜାଗ୍ରତ ପାଇଁ ସେହି ପଠାରେ ଏକ ସଭାର ଆୟୋଜନ କରିଥିଲେ । ଏହି ସଭାଟି ତୁଳସୀପୁର ମଠସାହି ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ମଞ୍ଜୁଲତା ସିଂହଙ୍କ ଉପସ୍ଥିତିରେ ହୋଇଥିଲା । ସଭାଟିକୁ ଓଡ଼ିଶା ନାଗରିକ ସମାଜର ସଭାପତି ଇଂ ଲଳିତ ମୋହନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ ଏବଂ ସଭାରେ ଯୋଗ ଦେଇଥିବା ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଉତ୍ସାହିତ କରି ସ୍ୱର୍ଣ୍ଣଗର୍ଭା ମହନଦୀକୁ ଏକ ଜାତୀୟ ପର୍ଯ୍ୟଟନସ୍ଥଳୀ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିବା ପାଇଁ ପରାମର୍ଶ ଦେଇଥିଲେ । ସଭାରେ ଶ୍ରୀଯୁକ୍ତ ରମେଶ ମହାନ୍ତି, ଉପସଭାପତି ଓନାସ ମଧ୍ୟ ଯୋଗ ଦେଇ ସଭ୍ୟାମାନଙ୍କୁ ଉଦ୍‌ବୋଧନ ଦେଇଥିଲେ ।ଶ୍ରୀମତୀ ମଞ୍ଜୁଲତା ସିଂହ ମଧ୍ୟ ସରକାରୀ ସୁବିଧା ସୁଯୋଗ ଉପରେ ଅନେକ ଟିପ୍ପଣୀ ଦେଇଥିଲେ । ଉକ୍ତ ସଂଗଠନର ସଭାନେତ୍ରୀ ଶ୍ରୀମତୀ ଅନୁରାଧା ଦତ୍ତ ସଂଘର ଭବିଷ୍ୟତ କାର୍ଯ୍ୟପନ୍ଥା, ଚାଷ ଓ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦେଇ ସଂଘକୁ ପରିଚାଳନା କରିବେ ବୋଲି ଉଦ୍‌ବୋଧନ ଦେଇଥିଲେ । ସଂଘର ସମ୍ପାଦିକା ଶ୍ରୀମତୀ ପୂଜା ମହାନ୍ତି ସଂଘ କରିଥିବା କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଏଥିରେ ଡ. ଗୌର ଗୋପାଳ ମହାନ୍ତି, ଉମାଚରଣ ସାହୁ, ସବିର ବକ୍ସ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ