ମହିଳା ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ
ପାରଳାଖେମେୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବାଘଶଳା ଗ୍ରାମର ଦୁଇ ମହିଳା ସ୍ୱଂୟ ସହାୟ ଗୋଷ୍ଠୀ ମଣିକଣ୍ଠା ଏବଂ ଦ୍ୱିତୀୟଟି ସାଇ ଶକ୍ତି ଆଜକୁ ଦୁଇବର୍ଷ ତଳେ ବାହାରରୁ ଆସୁଥିବା ପ୍ରବାସୀମାନଙ୍କୁ ଖାଦ୍ୟ ଦେଇଥିଲୁ ଥରେ ଏକ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ବଳକା ଟଙ୍କା ଆଜି ପର୍ଯ୍ୟନ୍ତ ମିଳି ନାହିଁ । ଏହି ବିଷୟରେ ଗଜପତିଜିଲ୍ଲାପାଳଙ୍କୁ ଦରଖାସ୍ତ ଦ୍ୱାରା ଜଣାଇଥିଲୁ । ଚିଠି ନଂ. ୧୧୩ । ଗୋଷାଣୀ ବିଡିଓଙ୍କୁ ମଧ୍ୟ ବାରମ୍ବାର ଜଣାଇଥିଲୁ କୌଣସି ପ୍ରକାରେ ସୁଫଳ ମିଳିନାହିଁ । ଗତ କାଲି ଗଜପତି ଜିଲ୍ଲାପାଳ ରାଧା ଚରଣ ଦାସ ବାଳିକା ବିଦ୍ୟାଳୟ ପରିଦର୍ଶନ ବେଳେ ଦୁଇ ସ୍ୱଂୟ ସହାୟକ ଗୋଷ୍ଠି ଅଭିଯୋଗ କରିଥିଲେ । ଏହି ଦୁଇ ଗୋଷ୍ଠିର ମହିଳାମାନେ କହିଥିଲେ କି ତାଲା ବନ୍ଦ ସମୟରେ ବହୁ କଷ୍ଟରେ ଆମ୍ଭେମାନେ ପରିବାର ଠାରୁ ରାସନ୍ ଜିନିଷ ଆଣି ଯୋଗାଇ ରାନ୍ଧି ଖାଦ୍ୟ ଦେଇଥିଲେ କିନ୍ତୁ ସରକାର ଏକଥା ବୁଝିଲେ ନାହିଁ ବଡ ଦୁଃଖର କଥା ବୋଲି କହିଥିଲେ । ସେପଟେ ରାଜ୍ୟ ସରକାର ମହିଳାମାନଙ୍କୁ ଆଗଧାଡିରେ ରହିବେ କିନ୍ତୁ ଏହାର ଜ୍ୱଳନ୍ତ ଉଦାହରଣ ବାଘଶଳା ଗ୍ରାମରେ । ଗୋଷାଣୀ ବିପିଏମ୍ ଏମାନଙ୍କୁ ରାନ୍ଧି ଖାଦ୍ୟ ଦେବା ପାଇଁ କହିଥିଲେ କିନ୍ତୁ ତାଙ୍କୁ ପଚାରିବାରୁ ମୁଁ କଣ କରିବି ୁତ୍ତର ଦେଲେ ବର୍ତ୍ତମାନ ପରିସ୍ଥିତିରେ କାହାକୁ ଗୁହାରି କହିବୁ ବୋଲି ଦୁଇ ସ୍ୱଂୟ ସହାୟ ଗୋଷ୍ଠି କହୁଛନ୍ତି ।


