ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଅସଦାଚରଣ ଅଭିଯୋଗରେ ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ତାଙ୍କ ସ୍ୱାମୀଙ୍କୁ ଅସଦାଚରଣ ଅଭିଯୋଗରେ ବାଲିଗୁଡା ପୋଲିସ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ, କୌଣସି ଏକ କାର୍ଯ୍ୟ ନିମନ୍ତେ ବୁଡ଼ାଗୁଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜୈନକ ଗଣ ମାଧ୍ୟମ ପ୍ରତିନିଧି ଯାଇଥିଲେ l ସେଠାରେ ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ଗଣ ମାଧ୍ୟମ ପ୍ରତିନିଧି ଙ୍କ ମଧ୍ୟରେ ସାମାନ୍ୟ ବାକବିତଣ୍ଡା ହୋଇଥିଲା l ପରେ ପରେ ତାହା ଉଗ୍ର ରୂପ ଧାରଣ କରିଥିଲା l ଏଥିରେ ମହିଳା ସ୍ୱାସ୍ଥ୍ୟ କର୍ମୀ ଙ୍କ ସ୍ୱାମୀ ଆସି ବୁଝାସୁଝା କରିଥିଲେ ମଧ୍ୟ ତାହା ଥମି ନ ଥିଲା l ଏହି ଘଟଣା ଶେଷରେ ଥାନାରେ ପହଂଚିଥିଲା l ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ତାଙ୍କ ସ୍ୱାମୀଙ୍କ ଏତଲାକୁ ଭିର୍ତ୍ତି କରି ବାଲିଗୁଡା ପୋଲିସ ଜୈନକ ଗଣ ମାଧ୍ୟମ ପ୍ରତିନିଧିଙ୍କୁ କେଶ ନଂ.୫୧/୨୧ ପ୍ରକାରେ ଏକ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରି ତଦନ୍ତ ଅବ୍ୟାହତ ରଖିଥିବା ବିଷୟ ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପ୍ରକାଶ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ