ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଗଲା ଗୋଷ୍ଠୀ ଶୌଚାଳୟର ସଫେଇ ଓ ପରିଚାଳନା ଦାୟିତ୍ୱ

ଯୋଡା (ସମୀର କୁମାର ଦାସ) : ପୌରପାଳିକା ପକ୍ଷରୁ ମହିଳାଙ୍କୁ ଶଶକ୍ତି କରଣ କରିବା ଦିଗରେ ପଦକ୍ଷେପ ନେଇ ପୌରପାଳିକାରେ ଅବସ୍ଥିତ ସମସ୍ତ ଗୋଷ୍ଠୀ ଶୌଚାଳୟର ସଫେଇ ଓ ପରିଚାଳନା ଦାୟିତ୍ୱ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଗତ ମଙ୍ଗଳବାର ହସ୍ତାନ୍ତର କରାଯାଇଛି । ଏନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ଗୁରୁବାର ପୂର୍ବାହ୍ନରେ ପୌରପାଳିକାର ୧୦ନଂ ଓାର୍ଡସ୍ଥିତ ହନୁମାନ ହଟିଂରେ ଥିବା ଗୋଷ୍ଠୀ ଶୌଚାଳୟର ତଦାରଖ କରିଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏହି ଦାୟିତ୍ୱ ମିଳିବା ପରେ ବର୍ତମାନ ଗୋଷ୍ଠୀ ଶୌଚାଳୟଗୁଡିକର କିପରି ରକ୍ଷଣାବେକ୍ଷଣ କରାଯାଉଛି , ସେନେଇ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ପାଟ୍ଟଯୋଶୀ ତଦାରଖ କରିଥିଲେ । ନ୍ୟୁ ଭିଜନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ପରିଚାଳନା ଦାୟିତ୍ୱରେ ଥିବା ହନୁମାନ ହଟିଂସ୍ଥିତ ଗୋଷ୍ଠୀ ଶୌଚାଳୟର ପରିଷ୍କାର ପରିଛନା ଦେଖି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଖୁସି ବ୍ୟକ୍ତ କରିବା ସହ ପ୍ରଶଂସା କରିଥିଲେ । ଏହି ତଦାରଖ ସମୟରେ ପୂର୍ବତନ କାଉନସିଲର ସୁରେଶ ବାରିକ , ଗୋଷ୍ଠୀ ସଂଗଠିକା ସୁପ୍ରଭା ପାଣିଗ୍ରାହୀ ଓ ତ୍ରୀବେଣୀ ସାହୁ , ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭାପତି ତେଜସ୍ୱନୀ ପ୍ରଧାନ ଓ ଅନ୍ୟ ଓାର୍ଡବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ