ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସ୍ୱେଚ୍ଛାସେବୀ ଙ୍କ ସଚେତନ କାର୍ଯ୍ୟକ୍ରମ
ଜଗନ୍ନାଥ ପ୍ରସାଦ, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜଥା ସତ୍ୟ ସାଇ SHG, ଶ୍ରୀ ରଘୁନାଥ SHG , ମହା ଲକ୍ଷ୍ମୀ SHG, ର ମହିଳା ମାନେ ଅଙ୍ଗନବାଡି କର୍ମୀ ଏ.ସୁଜାତା , ସହ ଅଙ୍ଗନବାଡି କର୍ମୀ ଅଂଜନା ପଟ୍ଟନାୟକ ଙ୍କ ସହ ନେତୃତ୍ବରେ ଘର ଘର ବୁଲି ଲୋକଙ୍କୁ କରୋନା ର ଲକ୍ଷଣ ଏବଂ ଏହା କିପରି ବ୍ୟାପେ ସେ ବିଷୟରେ ସଚେତନ କରାଇଛନ୍ତି । ମାସ୍କ ପିନ୍ଧିବା , ପୋଖରୀ ଜଳ ନ ପିଇବା , ସର୍ବସାଧାରଣ ରେ ଛେପ ନ ପକେଇବା , ବାରମ୍ବାର ସାବୁନ ରେ ହାତ ଧୋଇବା , କରୋନା ଜନିତ ଅନ୍ଧବିଶ୍ୱାସ ଭୁଲ୍ ତଥ୍ୟ ଉପରେ ବିଶ୍ୱାସ ନ କରିବା , ସର୍ବସାଧାରଣ ରେ ତାସ ନ ଖେଳିବା , ଭୋଜି ନ କରିବା , ଗୃହସଘଂରୋଧ ରେ ରହୁଥିବା ବ୍ୟକ୍ତିଙ୍କୁ ଉତ୍ତମ ବ୍ୟବହାର କରିବା , କରୋନା କୁ ନ ଡରିବା ଏହି ନାରା ଲଗାଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।