ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦକ୍ଷତା ବିତିକ ତାଲିମ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଗୋଷାଣୀ ପଞ୍ଚାୟତ ସମିତି ଅନ୍ତର୍ଗତ ଲାବାଣ୍ୟଗଡ ପଞ୍ଚାୟତର ପିଲିଗାଁ ଠାରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କର ଦକ୍ଷତା ଭିତିକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମିଶନ ଶକ୍ତି ଓ ଓଡିଶା ଜିବୀକା ମିଶନର ୨୦ଟି ଦଳରୁ ୫୦ରୁ ଉର୍ଦ୍ଧ ମହିଳା ସଭାନେତ୍ରୀ ଓ ସମ୍ପାଦିକା ମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ନାବାର୍ଡ ସହାୟତାରେ ହୋଇଥିବାବେଳେ ଆର୍‌.କେ.ଏସ୍‌.ଏସ୍‌. ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆୟୋଜନ କରିଥିଲା । ପ୍ରାରମ୍ଭରେ ସାମୁହିକ ସଂଙ୍ଗୀତ ପରିବେଷଣ ପରେ ଗଜପତି ଏଲ୍‌.ଡି.ଏମ୍‌. କିଶୋର ଚନ୍ଦ୍ର ନାଇକ ଏବଂ ଆର୍‌ସେଟିର ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ବ୍ରହ୍ମା ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ତାଲିମଦାତା ଲିଙ୍ଗରାଜ ପାଣିଗ୍ରାହୀ ଯୋଗଦେଇ ଦଳ ଗଠନ ପ୍ରକ୍ରୀୟା, ଏକତା, ରୋଜଗାର କ୍ଷମ, ୧୦ ସୂତ୍ର କାର୍ଯ୍ୟସୂଚୀ, ବ୍ୟାଙ୍କ ଋଣ ଓ ଦଳର ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ । ସେହିପରି ଏଲ୍‌.ଡିଏମ୍‌. ଶ୍ରୀ ନାଇକ ବ୍ୟାଙ୍କ ସେବା ଏବଂ ଋଣ ପ୍ରଦାନ, ଋଣ ପୈଠ, ପରିଶୋଧ ଆଦି ଉପରେ ଗୁରୁତ୍ୱାରୋପ କରିଥିଲେ । ଆର୍‌ସେଟିର ନିର୍ଦ୍ଦେଶକ ଶ୍ରୀ ବ୍ରହ୍ମା ଦକ୍ଷତା ଭିତିକ ତାଲିମ ପ୍ରତିଷ୍ଠାନର ୫୨ ପ୍ରକାର ତାଲିମ ଓ ନିୟମାବଳୀ ବିଷୟରେ ସୂଚନା ପ୍ରଦାନକରିଥିବାବେଳେ ଆତ୍ମ ନିର୍ଭରଶୀଳ ରୋଜଗାର ପନ୍ଥାକୁ ଗୁରୁତ୍ୱ ଦେଇଥିଲେ । ଶେଷରେ କୋଭିଡ-୧୯ “ଜନ ଆନ୍ଦୋଳନ” ଶପଥ ପାଠ କରାଯାଇଥିଲା । ଆର୍‌.କେ.ଏସ୍‌.ଏସ୍‌. ଅନୁଷ୍ଠାନର ସମ୍ପାଦକ ଲକ୍ଷ୍ମୀକାନ୍ତ ପଣ୍ଡା କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିବାବେଳେ ଏହି ସମସ୍ତ କାର୍ଯ୍ୟକ୍ରମକୁ ଗଣେଶ ପ୍ରଧାନ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୋଷାଣୀ ବିପିଏମ୍ ମମତା ରାଉଳ, ଲାବାଣ୍ୟଗଡ ସରପଞ୍ଚ, ପିଏନ୍‌ବି ଶାଖାପରିଚାଳକ, ମହିଳା ଶିଶୁ ବିକାଶ ସୁପରଭାଇଜର, ମିଶନ ଶକ୍ତିର ସଂଯୋଜକ ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ