ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ କୁକୁଡା ଚିଆଁ ବଣ୍ଟନ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପ୍ରଥମ ପର୍ଯ୍ୟାୟରେ କୁକୁଡା ଚିଆଁ ବଣ୍ଟନ କରାଯାଇଛି । ପ୍ରତି ମହିଳା ଗୋଷ୍ଠୀଙ୍କୁ ୨୫ଟି କରି ମୋଟ ୪୫ଟି ଗୋଷ୍ଠୀଙ୍କୁ ଏହି କୁକୁଡା ଚିଆଁ ପ୍ରଦାନ କରାଯାଇଥିଲା । ଏହି କୁକୁଡା ଚିଆଁ ପ୍ରଦାନ ବେଳେ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଚିତ୍ତ ରଂଜନ ଦାଶ, ମିଶନଶକ୍ତିର ଚୀରଞ୍ଜୀବ୍ ଦାସ ଉପସ୍ଥିତ ଥିଲେ । ଆଗାମୀ ୩ ମାସ ପରେ ୨ୟ ପର୍ଯ୍ୟାୟ କୁକୁଡା ଚିଆଁ ପ୍ରଦାନ କରାଯିବ ବୋଲି ଜଣାଯାଇଛି ।