ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ଶପଥ ପାଠ କାର୍ଯ୍ୟକ୍ରମ

ଛତ୍ରପୁର,(ଦେବଦତ୍ତ ମହାରଣା): ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ନିମନ୍ତେ ପବିତ୍ର ଗାନ୍ଧୀ ଜୟନ୍ତି ଅବସରରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍ ଗଣେଶ ବାବୁଙ୍କ ନେତୃତ୍ୱରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅପର ବସଷ୍ଟାଣ୍ଡ ଠାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନେ ପରିବେଶକୁ ସୁସ୍ଥ ରଖିବା,ପଲିଥିନ ବ୍ୟବହାର ନ କରିବା,ଗ୍ରୀନ ଓ ବ୍ଲୁ ଡଷ୍ଟବିନ୍ ବ୍ୟବହାର କରିବା,କରୋନା ମହାମାରୀ ରୁ ଦୂରେଇ ନିମନ୍ତେ ସମସ୍ତେ ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ରକ୍ଷା କରିବା ଉପରେ ଶପଥ ପାଠ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ