ମହିୟସୀ ଶିକ୍ଷିକା ଜୟନ୍ତୀ କୁମାରୀ ସାହୁଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରାଇ ପଞ୍ଚାୟତର ମଦନମୋହନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କର୍ତ୍ତବ୍ୟରତ ଆଦର୍ଶ ଶିକ୍ଷିକା ସ୍ୱର୍ଗତା ଜୟନ୍ତୀ କୁମାରୀ ସାହୁଙ୍କ ଏକାଦଶାହ ଅବସରରେ କେନ୍ଦ୍ରାପଡା- ଯାଜପୁର ପ୍ରତିଭା ପୂଜା ସଂସଦ ଆନୁକୂଲ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ହରିପୁର ଗ୍ରାମସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଫେସର ଡଃ. ପ୍ରଭାତରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ଶିକ୍ଷାବିତ ରଘୁନାଥ ରାଉତ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କେଶବ ଚନ୍ଦ୍ର ବିଶ୍ୱାଳ, ପରମାନନ୍ଦ ଥାଟୋଇ, ବ୍ରଜ କିଶୋର ପତି, ସିଦ୍ଧାର୍ଥଶଙ୍କର ଜେନା, ପଦ୍ମଲୋଚନ ପୃଷ୍ଟି, ପ୍ରଫୁଲ୍ଲ କୁମାର ସାହୁ, ଶୈଳଜାଶଙ୍କର ସାମଲ, କୃପାସିନ୍ଧୁ ସାହୁ, ଅମରବର ରାଉତ, ରମେଶ ଚନ୍ଦ୍ର ସାହୁ, କବି ସତ୍ୟବ୍ରତ ପୁହାଣ, ମଦନମୋହନ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧାକର ମୁର୍ମୁ, ମୋ ସ୍କୁଲ ଅଭିଯାନ ଅଧ୍ୟକ୍ଷ କରୁଣାକର ଥାଟୋଇ, ଗଗନବିହାରୀ ଜେନା, ରାଧାରମଣ ସିଂହ, ନିକିରାଇ ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ସରୋଜକାନ୍ତ ପଣ୍ଡା ଏବଂ ବାସନ୍ତୀଲତା ସାହୁ, ଆଡଭୋକେଟ ପ୍ରଭାସ ମଳୟ ଜେନା ପ୍ରମୁଖ ସ୍ୱର୍ଗତା ସାହୁଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରି ସେ କେବଳ ଜଣେ ମହିୟସୀ ଶିକ୍ଷିକା ନଥିଲେ ଜଣେ ଛାତ୍ର ବତ୍ସଳ, ସ୍ନେହୀ, ପରୋପକାରୀ, ଦରଦୀ ମଣିଷ ରୂପେ ଛାତ୍ର, ଅଭିଭାବକ, ଶିକ୍ଷକ,ଶିକ୍ଷିକାମାନଙ୍କର ପ୍ରିୟପାତ୍ର ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଶିକ୍ଷାବିତ ପ୍ରଣବ କୁମାର ଜେନା ଏହି ସଭାକୁ ପରିଚାଳନା କରିଥିବା ବେଳେ ନିକେତନ ଜେନା, ପରିବେଶବିତ ବେଣୁଧର ନାୟକ, ଜ୍ଞାନରଞ୍ଜନ ସାହୁ, ଅନାଦି ଚରଣ ଦାସ ପ୍ରମୁଖ ଏଥିରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷାବିତ ବୈକୁଣ୍ଠ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଟ୍ରେଡ ୟୁନିୟନ ନେତା ଆଲୋକ ରଞ୍ଜନ ବୋଷ, ପ୍ରଧାନ ଶିକ୍ଷକ ସର୍ବେଶ୍ୱର ଜେନା, ବୈଷ୍ଣବ ଚରଣ ଦାସ, ଗୈାରାଙ୍ଗ ଚରଣ ସାହୁ, ଭାବଗ୍ରାହୀ ସାହୁ ପ୍ରମୁଖ ଶତାଧିକ ବୁଦ୍ଧିଜିବି, ଶିକ୍ଷକ ତଥା ଗ୍ରାମର ଶିକ୍ଷାପ୍ରେମୀମାନେ ଯୋଗଦେଇ ସ୍ୱର୍ଗତା ସାହୁଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ