ମହୁଚାଷ ସମ୍ପର୍କୀତ ପ୍ରଶିକ୍ଷଣ ଶିବିର
ବନ୍ତ, (ଚାନ୍ଦିନୀ ମହାନ୍ତି) :ସ୍ୱେଚ୍ଛାସେବୀ ସଙ୍ଗଠନ ଦି ମିରାକଲ ପକ୍ଷରୁ ବନ୍ତ ବ୍ଲକ ସେଣ୍ଢତୀରା ଠାରେ ମହୁଚାଷ ସମ୍ପର୍କୀତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୫ ଜଣ ମହିଳାଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଶିବିରକୁ ପ୍ରଶିକ୍ଷକ ଶଶିକାନ୍ତ ଦତ୍ତ, ଦି ମିରାକଲର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବୈରୀଗଞ୍ଜନ, ସମ୍ପାଦକ ସୁବାଷ ଚନ୍ଦ୍ର ମିଶ୍ର ପ୍ରଦୀପ ପ୍ରଜ୍ଜେ୍ୱାଳନ କରି ଉଦ୍ଘାଟନ କରିଥିଲେ । ଶିବିରରେ ମହୁଚାଷ ପରିଚାଳନା, ବିକ୍ରି, ମହିଳା ମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଶିବିରକୁ ହଳଧର ସ୍ୱାଇଁ, ସୁଶାନ୍ତ କୁମାର ଜେନା ପରିଚାଳନା କରିଥିଲେ । ଏହି ଶିବିର ୧୫ ଦିନ ଧରି ଚାଲିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି ।


