ମହୁଡ଼ା ଆମ୍ବ ତୋଟାରେ ପୋଲିସ ଚଢାଉ ୫ ପେଶାଦାର ଅପରାଧୀ ଗିରଫ

ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଦିଗପହଣ୍ଡି ପୋଲିସ ୫ ପେଶାଦାର ଅପରାଧୀ ଙ୍କୁ ଗିରଫ କରି ଶୁକ୍ରବାର ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ କୁ ଚାଲାଣ କରିଛି।ଗିରଫ ଅଭିଯୁକ୍ତମାନେ ହେଲେ ବ୍ରହ୍ମପୁର ସଦର ଥାନା ଲାଠି ଗ୍ରାମର ପାଣ୍ଡା ଓରଫ ପିଣ୍ଟୁ ଗୌଡ,ଚେରୁ ଓରଫ ଶ୍ୟାମସୁନ୍ଦର ଗୌଡ, ବ୍ରହ୍ମପୁର ବୈଦ୍ୟନାଥ ପୁର ଥାନା ଲାଞ୍ଜିପଲ୍ଲି ଗ୍ରାମ ଆଡୁଆ ସାହିର ରବି ପଣ୍ଡା,ଅଯୋଧ୍ୟା ନଗର ୨ ୟ ଲେନ ର ସଞ୍ଜୟ ନାୟକ, ବ୍ରାହ୍ମଣ ସାହିର କେ. ଅମିତ୍ ପାତ୍ର । ଜାମିନ ଆବେଦନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।ସେମାନଙ୍କ ନିକଟରୁ ୨ ଟି ବୋମା,୨ ଟି ଖଣ୍ଡା, ,ଖାଲି ବିଦେଶୀ ମଦ ବୋତଲ, ଟର୍ଚ୍ଚ ଲାଇଟ ଜବତ କରାଯାଇଛି।ଦିଗପହଣ୍ଡି ଥାନା ଆଇ ଆଇ ସି ବସନ୍ତ କୁମାର ସେଠୀ, ଏସ. ଆଇ ମାଧବ ଚନ୍ଦ୍ର ଟାକରି ସଦଳବଳ ଗୁରୁବାର ବିଳମ୍ବିତ ରାତି ରେ ମହୁଡା ଇଲାକାରେ ପାଟ୍ରୋଲିଂ ସାରି ଫେରୁଥିବା ବେଳେ ମହୁଡ଼ା ଗ୍ରାମ ଫାର୍ମାସୀ କଲେଜ ନିକଟ ଆମ୍ବ ତୋଟା ରେ ବାରମ୍ବାର ଟର୍ଚ୍ଚ ଲାଇଟ ଜଳୁଥିବା ଦେଖିଥିଲେ। ପୋଲିସ ଟିମ୍ ଆମ୍ବତୋଟା କୁ ଚାରିପ ଟୁ ଘେରିଯାଇ ଅତର୍କିତ ଚଢାଉ କରିଥିଲେ।ପୋଲିସ ଟିମ୍ ସହ ଅଭିଯୁକ୍ତମାନ ଙ୍କ ଧସ୍ତାଧସ୍ତି ହୋଇଥିଲା। ସେମାନେ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ସନ୍ଦିଗ୍ଧ ଯୁବକମାନଙ୍କୁ ପୋଲିସ ଟିମ୍ କାବୁ କରିଥିଲେ।ଗିରଫ ପେଶାଦାର ଅପରାଧିମାନେ ସଂଘବଦ୍ଧ ହୋଇ ମହୁଡ଼ା ଗ୍ରାମ ସ୍ଥିତ ସେବା ସମବାୟ ବ୍ୟାଙ୍କ ରେ ଡକାୟତି ନିମନ୍ତେ ବିସ୍ତୃତ ଯୋଜନା ପ୍ରସ୍ତୁତ କରୁଥିଲେ ବୋଲି ପୋଲିସ ନିକଟରେ ବୟାନ ଦେଇଛନ୍ତି। ଅଭିଯୁକ୍ତ ମାନଙ୍କ ନାଁ ରେ ପୂର୍ବରୁ ବ୍ରହ୍ମପୁର ସହରର ବିଭିନ୍ନ ଥାନା ସମେତ ଦିଗପହଣ୍ଡି, ଗୋଳ ନ୍ଥ ରା ଥାନା ରେ ଏକାଧିକ ହତ୍ୟା ଉଦ୍ୟମ,ଡକାୟତି, ଦାଦା ବଟି ଆଦାୟ, ରାହାଜାନୀ ପ୍ରଭୃତି ମାମଲା ରହିଥିବା ଜଣାପଡିଛି। ଏନେଇ ସମସ୍ତ ଅଭିଯୁକ୍ତ ମାନଙ୍କ ବିରୋଧରେ ଥାନା ମାମଲା ନଂ.୧୫୯/୨୦ ଦଫା – ୩୯୯/୪୦୧ ସମେତ ବିସ୍ଫୋରକ ନିୟନ୍ତ୍ରଣ ଆଇନ ର ଧାରା ୪ ଓ ୫ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ଥାନ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ