ମହୁମାଛି ଆକ୍ରମଣରେ ଦୁଇ ପଥଚାରୀ ଆହତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଡଅଁର ହାଇସ୍କୁଲ ନିକଟରେ ମହୁମାଛି ଆକ୍ରମଣରେ ୨ଜଣ ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଚଷାଖଣ୍ଡ ଗ୍ରାମର ଶ୍ରୀଧର ଦାସ ଓ ଡଆଁ ଗ୍ରାମର ଅଶୁମାନ ଜେନା ଶାଳଣିଆଁ ଡଅଁର ରାସ୍ତାରେ ଯାଉଥିବା ସମୟରେ ହଠାତ ଡଅଁର ହାଇସ୍କୁଲ ନିକଟରେ ସେମାନଙ୍କୁ ମହୁମାଛି ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାରକରି ତୁରନ୍ତ ଶାଳଣିଆଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ