ମହୁମାଛି ଆକ୍ରମଣରେ ବୃଦ୍ଧ ଗୁରୁତର

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଡଅଁର ନିକଟରେ ଆଜି ମଧ୍ୟାହ୍ନରେ ମହୁ ମାଛି ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ସୁଚନାରୁ ଜଣାଯାଇଛି ଯେ ଷଡଙ୍ଗ ପଞ୍ଚାତ ମଙ୍ଗରାଜପୁର ଗ୍ରାମର ପୁରସ୍ତମ ଦେହୁରୀ ନାମକ ଜଣେ ବୃଦ୍ଧ ଆଜି ମଧ୍ୟାହ୍ନରେ ଡଅଁର ଗ୍ରାମକୁ ମାଗଣ କରିବା ପାଇଁ ଯାଇଥିଲେ । ସେ ସାଇମନ୍ଦିର ନିକଟରେ ପହଞ୍ଚିବା ସମୟରେ ଅଚାନକ ମହୁମାଛି ଆକ୍ରମଣର ଶୀକାର ହୋଇ ତଳେ ପଡି ରହିଥିଲେ । ଏହି ସମୟରେ ସେହି ରାସ୍ତାଦେଇ ଯାଉଥିବା ଡଅଁର ସ୍କୁଲର ଖେଳ ଶିକ୍ଷକ ଲକ୍ଷ୍ମୀଧର ଜେନା ସେଠାରେ ଧୁଆଁ ଦେଇ ମହୁମାଛି ଗୁଡିକୁ ଘଉଡାଇବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ