ମହୁଲିଆ ସ୍କୁଲରେ ବିଶ୍ବ ମାତୃଭାଷା ଦିବସ ପାଳିତ
ବେତନଟୀ, (ଉଦିତ କୁମାର ପରିଡା):ୟୁନେସ୍କୋ ପକ୍ଷରୁ ବିଶ୍ବ ମାତୃଭାଷା ଦିବସ ବେତନଟୀ ବ୍ଲକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ମହୁଲିଆ ଛକରେ ପାଳିତ ହୋଇଯାଇଛି। ଅଖିଳ ଭାରତୀୟ ବହୁଭାଷୀ ସାହିତ୍ୟ ପରିଷଦ କବି ସଙ୍ଗମର ସଭାପତି କବି ବାସୁଦେବ ନାପିତଙ୍କର ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମୟୂରଭଞ୍ଜ ସାମ୍ବାଦିକ ସଂଘର ସଭାପତି ଅରୁଣ କୁମାର ଓତା, ସମ୍ମାନିତ ଅତିଥି ଭାବରେ ମୟୂର ସାହିତ୍ୟ ପରିଷଦର ସମ୍ପାଦକ ଜତୀନ୍ଦ୍ରନାଥ ସାହୁ, ବରିଷ୍ଠ ନାଗରିକ ସଂଘର ସଭାପତି ରବୀନ୍ଦ୍ରନାଥ ମିଶ୍ର, ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ଅନ୍ନଦା ମହାନ୍ତ, ସ୍ବତନ୍ତ୍ର ଅତିଥିଭାବରେ ବିକାଶ ମଞ୍ଚର ଆବାହକ ତଥା ବରିଷ୍ଠ ସାମ୍ବାଦିକ ହରିଶ୍ଚନ୍ଦ୍ର ନନ୍ଦଗୋସ୍ବାମୀ, ମୁଖ୍ୟ ବକ୍ତା ଭାବରେ ସିଭିଲ ସୋସାଇଟିର ସମ୍ପାଦକ ଏଡଭୋକେଟ ସଚ୍ଚିଦାନନ୍ଦ ମହାନ୍ତି, ସମ୍ମାନିତ ବକ୍ତା ଭାବରେ ପ୍ରଧାନ ଶିକ୍ଷକ ରୁଦ୍ରପ୍ରସାଦ ନାୟକ, ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ଗୋଚ୍ଛାୟତ, ପ୍ରଧାନ ଶିକ୍ଷକ ରତିକାନ୍ତ ବେହେରା, ବିଶିଷ୍ଟ ହିନ୍ଦୀ କବି ସେକ ଜିକରୁଲ୍ଲା ପ୍ରମୁଖ ଯୋଗଦାନ କରି ପ୍ରକୃତିମାତା, ମା, ମାଟି, ମାତୃଭାଷା, ମାତୃଭୂମି ସୁରକ୍ଷା ପାଇଁ ପ୍ରାଣ ଣବଳି ଦେଇଥିବା ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରରେ ଭାରତର ଯଶ୍ୱସୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱବାସୀଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ ଦେଇଥିବା ଆହ୍ୱାନ “ଏକ ପେଡ ମାକେ ନାମ” ଶୀର୍ଷକରେ କବି ଡ଼କ୍ଟର ରମାକାନ୍ତ ମହାନ୍ତଙ୍କ ରଚିତ ଏବଂ ଝୁମର ରାଣୀ ବିନ୍ଦୁମତୀ ମହାନ୍ତଙ୍କ କଣ୍ଠଦାନ ରେ ପ୍ରସ୍ତୁତ ଏକ କୁଡ଼ମାଲୀ ଝୁମର ଅଡ଼ିଓକୁ ବରେଣ୍ୟ ଅତିଥିମାନେ ଲୋକାର୍ପଣ କରିଥିଲେ ଏବଂ ଏକ ବହୁଭାଷୀ କବିତା ପାଠୋତ୍ସବ କବୟିତ୍ରୀ ସବିତା ମହାନ୍ତି ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଉର୍ଦ୍ଦୁ ଭାଷାରେ ସେକ ଜିକରୁଲ୍ଲା, ସାନ୍ତାଳୀ ଭାଷାରେ ଶ୍ରୀନାଥ ସରେନ, ଅମର ମାରାଣ୍ଡି, ଶ୍ରୀରାମ ଟୁଡୁ, ଦୁର୍ଗାପଦ ଟୁଡୁ, ସୁନ୍ଦରମୋହନ ସରେନ, ହୋ ଭାଷାରେ ନନ୍ଦ ଦୁଲାର ସିଂ, ମୁଣ୍ଡାରୀ ଭାଷାରେ ମୁଗୁନୀ ସିଂ, ବଙ୍ଗଳା ଭାଷାରେ ବାସୁଦେବ ନାପିତ, କୁଡୁମାଲୀ ଭାଷାରେ ଡକ୍ଟର ରମାକାନ୍ତ ମହାନ୍ତ, ଓଡିଆ ଭାଷାରେ କବି ହରିଶନ୍ଦ୍ର ନନ୍ଦ ଗୋସ୍ୱାମୀ, ଅରୁଣ କୁମାର ଓତା,ହରେନ୍ଦ୍ର ବାରିକ, ହରିଶ୍ଚନ୍ଦ୍ର ନନ୍ଦଗୋସ୍ବାମୀ, ସୌଦାମିନୀ ମିଶ୍ର, ସବିତା ମହାନ୍ତି,ବିଜୟ କୁମାର ଦ୍ବିବେଦୀ,ରତିକାନ୍ତ ବେହେରା, ଦୁର୍ଯ୍ୟୋଧନ ସିଂ ପ୍ରମୁଖ କବିତା ପାଠ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହି ବିଶ୍ବ ମାତୃଭାଷା ଦିବସକୁ ସଫଳ କରିବାରେ ଭୁବନେଶ୍ବରୀ ମହାନ୍ତ, ଆଲୁମିନୀ ସଦସ୍ୟ ଉମାକାନ୍ତ ମହାନ୍ତ, ଶିକ୍ଷକ ଶ୍ୟାମସୁନ୍ଦର ମଢୁଆଳ, ରତିକାନ୍ତ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ମହୁଲିଆ ସ୍କୁଲର ଛାତ୍ର ଛାତ୍ରୀମାନେ ପ୍ରକୃତି ଏବଂ ପରିବେଶ ମା, ମାଟି, ମାତୃଭାଷା ଏବଂ ମାତୃଭୂମିର ସୁରକ୍ଷା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଏବଂ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ଭାରତୀ ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।