ମହୁଲି ମଦ ଜବତ ଜଣେ ଗିରଫ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ କାରବାର ହେଉଥିବା ବ୍ୟାପକ ବେଆଇନ ମହୁଲୀ ମଦକୁ ଧରିବା ପାଇଁ ପୁଲିସ ପକ୍ଷରୁ ଚଢାଉ ଆରମ୍ଭ ହୋଇଛି । ଗତ କିଛିଦିନ ପୂର୍ବରୁ ଥାନା ପକ୍ଷରୁ କେତେକ ଜାଗାରେ ଚଢାଉ ହୋଇ ବେଆଇନ ମଦ ଜବତ ହୋଇଥିଲା । ପୁଣି ନୂତନ ବର୍ଷ ଆରମ୍ଭ ବେଳୁ ଚଢାଉ ଜୋରଦାର ହୋଇଛି । ଏହି ପରିପ୍ରେକ୍ଷୀରେ ସୋମବାର ରାତିବେଳା ପୁଲିସ ଉତ୍ତରବାଡ ଠାରେ ଚଢାଉ କରିଥିଲା । ଚଢାଉବେଳେ ୧୫ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଗ୍ରାମର ଗଣେଶ ଜେନାଙ୍କୁ ପୁଲିସ ଗିରଫ କରିଛି । ଏନେଇ ଥାନା ପକ୍ଷରୁ ୧୨/୨୧ରେ ମାମଲା ରୁଜ୍ଜୁ ହୋଇଥିବାବେଳେ ଓଡିଶା ଅବକାରୀ ଆଇନ ଅନୁଯାୟୀ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ