ମହୁଲ ମଦ ସମେତ ୧ ଗିରଫ

ଯୋଡ଼ା ,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜଲହରି ଗ୍ରାମପଂଚାୟତର ବିଭିନ୍ନ ଗ୍ରାମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଜଲକ୍ଷ୍ମୀ ମହାସଂଘ ପକ୍ଷରୁ ଚଢାଉ କରାଯାଇ ବ୍ୟାପକ ଦେଶୀ ମଦ , ଗୋଟିଏ ବାଇକ୍ ଜବତ କରିବା ସହିତ ଏଥିରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଘଟଣାସ୍ଥଳରୁ ଜଣାପଡିଛି ଯେ, ଜଲହରି ଗ୍ରମାପଂଚାୟତରେ ଥିବା ପ୍ରାୟ ୫୦ଟିରୁ ଉଦ୍ଧ୍ୱର୍ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ନେଇ ଗଜଲକ୍ଷ୍ମୀ ମହାସଂଘ ଗଠିତ ହୋଇଛି । ଏହି ମହାସଂଘର ସଦସ୍ୟାମାନେ ଅଂଚଳରେ ହେଉଥିବା ଚୋରା ମଦକାରବାର, ଗଂଜେଇ, ଭାଙ୍ଗ ବିକ୍ରି ଓ ବିଭିନ୍ନ ଔଷଧ ଦୋକାନରେ ନିଶା ଔଷଧକୁ ବିକ୍ରି ବନ୍ଦ କରିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି । ଏନେଇ ସଂଘ ପକ୍ଷରୁ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ଅବଗତ କରାଇ ଅଂଚଳରେ ୨ଥର ନିଶାମୁକ୍ତ ଅଭିଯାନ କରିବା ସହିତ ସଚେତନତା ରାଲି କରିଥିଲେ । ନିଶା କାରବାର ହେତୁ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକମାନଙ୍କୁ ସଚେତନ କରାଇବା ସହିତ ଚୋରା ମଦ ବ୍ୟବସାୟୀ ମାନଙ୍କୁ ଚେତାବନୀ ଦେଇଥିଲେ । ମାତ୍ର ଏହି ଚେତାବନୀକୁ ଖାତିର ନକରି ଚୋରା ମଦ କାରବାର ଜାରି ରଖିଥିବାରୁ ଶନିବାର ରାତି ପ୍ରାୟ ୮.୩୦ ମିନିଟ ସମୟରେ ସଂଘ ପକ୍ଷରୁ କପୁର ହଟିଂଠାରେ ଚଢାଉ କରାଯାଇ ବାଙ୍କା ପାତ୍ର ନାମକ ବ୍ୟକ୍ତିଙ୍କ ଘରୁ ପ୍ରାୟ ୩୦ ଲିଟର ମହୁଲି ମଦ ଠାବ କରି ବାମେବାରୀ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବାମେବାରୀ ପୋଲିସ ଘଟଣାସ୍ଥଳରେ ପହନଚି ଉକ୍ତ ଚୋରା ମଦ ଜବତ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପୁଣି ମହାସଂଘ ପକ୍ଷରୁ ରବିବାର ସକାଳ ପ୍ରାୟ ୮ ଘଟିକାରେ ସଂଘର ଶତାଧିକ ମହିଳା କେଏମସି ହଟିଂଠାରେ ଖକନ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଘରେ ଚଢାଉ କରି ୫୦ଲିଟରରୁ ଉଦ୍ଧ୍ୱର୍ ଦେଶୀ ମହୁଲି ମଦ ଥିବା ଜାଣିବାକୁ ପାଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବାମେବାରୀ ଥାନା ଏସଆଇ ତ୍ରିନାଥ ନାଏକ, ଶ୍ରୀନିବାସ ସେଠୀ ଓ ମହିଳା ପୋଲିସ ସନ୍ଧ୍ୟାରାଣୀ ଗିରି ଘଟଣାସ୍ଥଳରେ ପହନଚି ପ୍ରାୟ ୭୦ ଲିଟର ମହୁଲି ମଦ ଜବତ କରିବା ସହିତ ଏହି କାରବାରରେ ନିୟୋଜିତ ହୋଇଥିବା ଗୋଟିଏ ଲୁନା ନଂ ଓଡି୦୯ଜି ୬୯୭୪କୁ ଜବତ କରିଥିଲା । ତେବେ ଏଥିରେ ସଂପୃକ୍ତ ବ୍ୟକ୍ତି ପୋଲିସ ଆସିବା ପୂର୍ବରୁ କୌଶଳକ୍ରମେ ଖସିଯାଇଥିଲା । ଏଠାରେ ଉଲ୍ଲେଖ୍ୟ ଯୋଗ୍ୟକି ମହାସଂଘ ପକ୍ଷରୁ ଚମ୍ପୁଆ ଉପଜିଲାପାଳ , ବଡବିଲ ଏସଡିପିଓ ଓ ସ୍ଥାନୀୟ ବାମେବାରୀ ପୋଲିସକୁ ଏହି ମଦ ବିରୋଧୀ ଅଭିଯାନ ସମ୍ପର୍କରେ ଲିଖିତ ଭାବେ ଜଣାଇଥିବା ସଂଘର ସଭାପତି ନାଗିନ୍ ମଂଜରୀ ମୁଣ୍ଡା ସୂଚନା ଦେଇଛନ୍ତି । ଆଗାମି ଦିନରେ ଜଲହରି ଗ୍ରାମପନଚାୟତର ଆଇଟିସି ଓ ଖଣ୍ଡବନ୍ଧ ଗ୍ରାମରେ ମଦମୁକ୍ତ ଅଭିଯାନ କରାଯିବ ବୋଲି ସଂଘର ସଂପାଦିକା କୌଶଲ୍ୟା କେରାଇ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟ ପାଇଁ ସ୍ଥାନୀୟ ପୋଲିସ ସମ୍ପୂର୍ଣ୍ଣ ଭାବେ ସାହାଯ୍ୟ କରୁଥିବା ସଂଘର ସଦସ୍ୟାମାନେ ପ୍ରକାଶ କରିଛନ୍ତି । ଏହି ଅଭିଯାନ ଫଳରେ ଅଂଚଳରେ ଚୋରା ମଦ ବ୍ୟବସାୟୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ଏବଂ ଉକ୍ତ ସଂଘର ମହିଳା ମାନଙ୍କ ଦୁଃସାହାସିକ କାର୍ଯ୍ୟ ପାଇଁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ