ମହୂରୀ ତାଲୁକା ଯାଦବ କୂଳର ବୈଠକ

ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ) : ଟାଙ୍ଗଣାପଲ୍ଲୀ ସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମହୁରୀ ତାଲୁକା ଯାଦବ କୂଳର ବୈଠକ ସଭାପତି କେ . ଜଗନ୍ନାଥ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୂଳ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହେବାସହ କୂଳର ହିତ ନିମନ୍ତେ ଗୋବିନ୍ଦପୁର ଠାରେ ଏକ ସଂଘ ଘର ପ୍ରତିଷ୍ଠା କରିବା ପାଇଁ ସମସ୍ତେ ପ୍ରସ୍ତାବ ଦେଇଥିଲେ । ଆଗାମୀ ଦିନରେ କୂଳର ଉନ୍ନତୀ ଓ ବିକାଶ ନିମନ୍ତେ ସମସ୍ତ କାର୍ଯ୍ୟ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ସଭାପତି ଶ୍ରୀ ପାତ୍ର କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲିଙ୍ଗରାଜ ପାତ୍ର, କେ.ରଘୁନାଥ ପାତ୍ର, ବି.ସିମା ପାତ୍ରଙ୍କ ସମେତ ମହୂରୀ ତାଲୁକାର ଛତ୍ରପୁର ଓ ଗୋପାଳପୁର ବ୍ଲକ ୧୮ଖଣ୍ଡ ଗ୍ରାମର ୩୦୦ଶହରୁ ଉର୍ଦ୍ଧ୍ୱ ସଭ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ