ମହେନ୍ଦ୍ରଗରି ଇତିହାସରେ ପ୍ରଥମ ବିନା ଭକ୍ତରେ ଶିବରାତ୍ରୀ ଜାଗର ପାଳନ ହେବ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ରାମାୟଣ ମହାଭାରତରେ ପ୍ରସିଦ୍ଧି ଲାଭ କରିଥିବା ଓଡିଶାର ହିମାଳୟ ମହେନ୍ଦ୍ରଗିରି ଇତିହାସରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବିନା ଭକ୍ତରେ ଶିବରାତ୍ରୀ ପାଳନ ହେବା ନିଷ୍ପତ୍ତି ହୋଇଛି । ଗଜପତି ଜିଲ୍ଲାପାଳ ଅନୁପମ ସାହା କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରିଥିବା ପ୍ରେସ ଇସ୍ତହାର ଜରିଆରେ ସୂଚନା ମିଳିଛି । ପ୍ରତ୍ୟେକ ବର୍ଷ ଶିବରାତ୍ରୀ ପାଳନ ପାଇଁ ମହେନ୍ଦ୍ରଗିରି ଠାରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ଜାଗର ପାଳନ କରାଯାଇଥାଏ । ବର୍ତ୍ତମାନ କରୋନାର ଭୟାଭହତା ପୁଣି ଦେଖା ଦେଇଥିବାରୁ ଚଳିତ ବର୍ଷ ଗଜପତି ପ୍ରଶାସନ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଥିପାଇଁ ମହେନ୍ଦ୍ରଗିରିର ମୁଖ୍ୟ ପ୍ରବେଶ ପଥ ସହ ଅନ୍ୟ ପ୍ରବେଶ ରାସ୍ତା ଗୁଡିକୁ ଗଜପତି ପ୍ରଶାସନ ଦ୍ୱାରା ସେହି ସମୟରେ ସିଲ୍ କରାଯିବ ବୋଲି ମଧ୍ୟ ସୂଚନା ମିଳିଛି । ଏଣୁ ଜନସାଧାରଣ, ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଗଜପତି ପ୍ରଶାସନ କରୋନା ସଂକ୍ରମଣରୁ ନିଜକୁ ସୁରକ୍ଷା ରଖିବା ପାଇଁ ଚଳିତ ବର୍ଷର ମହେନ୍ଦ୍ରଗିରି ଶିବରାତ୍ରୀ ଜାଗର ଯାତ୍ରାରେ ଯୋଗ ନଦେବା ପାଇଁ ଅନୁରୋଧ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ