ମହେନ୍ଦ୍ରଗିରିକୁ ପବିତ୍ର ତୀର୍ଥ ସ୍ଥାନର ମାନ୍ୟତା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ସ୍ମାରକ ପତ୍ର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପୌରାଣିକ କିମ୍ବଦନ୍ତୀରେ ପୂର୍ଣ୍ଣ ଓଡିଶାରେ ହିମାଳୟ ମହେନ୍ଦ୍ରଗିରି ଗଜପତି ଜିଲ୍ଲାରେ ଅବସ୍ଥିତ. ପ୍ରକୃତିକ ସୌନ୍ଦର୍ଯ୍ୟ, ସବୁଜିମା, ସବୁଜ ବନାମୀ ଏବଂ ବହୁ ପୁରାତନ ମନ୍ଦିର ଆଜି ମହେନ୍ଦ୍ରଗିରି କେବଳ ଓଡିଶା ନୁହେଁ ସମଗ୍ର ଦେଶରେ ଭକ୍ତ ଓ ସମସ୍ତ ପ୍ରକାର ପର୍ଯ୍ୟଟକଙ୍କ ମୁଖ୍ୟ ଆକାଶରଣ ହୋଇପାରିଛି. ଏଭଳି ଏକ ପୁଣ୍ୟ ତୀର୍ଥ ଓ ପ୍ରକୃତିକ ସୌନ୍ଦର୍ଯ୍ୟଭରା ପୀଠକୁ ସରକାର ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରି ମହେନ୍ଦ୍ରଗିରିକୁ ପବିତ୍ର ତୀର୍ଥ ସ୍ଥାନ ରୂପେ ଗଢି ତୋଳିବା ପାଇଁ ଅବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ମହେନ୍ଦ୍ରଗିରି ସଂସ୍କୃତି ବିକାଶ ସମିତିର ସଭାପତି ଲଷ୍ମୀ ନାରାୟଣ ପଣ୍ଡା ମୁଖ୍ୟ ଶାସନ ସଚିବଙ୍କୁ ଗଜପତି ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି. ଶ୍ରୀ ପଣ୍ଡା ଏହି ସ୍ମାରକ ପତ୍ର ଜରିଆରେ ମୁଖ୍ୟ ଶାସନ ସଚିବଙ୍କୁ ଜଣେଇଛନ୍ତିଯେ, ଗଜପତି ଜିଲ୍ଲା ଆନ୍ଧ୍ରପ୍ରଦେଶ ସୀମାର ବଙ୍ଗୋପସାଗର ତଟରେ ସପ୍ତକୁଳାଚଳ ପବିତ୍ର ମହେନ୍ଦ୍ରଗିରି ୫ ହଜାର ଫୁଟ ଉଚ୍ଚତା ବିଶିଷ୍ଟ ଏକ ତପ ସ୍ଥଳୀ ଓ ତୀର୍ଥସ୍ଥଳୀ ଅଟେ. ସବୁ ଯୁଗର ପୁରାଣ ପ୍ରସିଦ୍ଧ ତୀର୍ଥ ମହେନ୍ଦ୍ରଗିରି ଅଟେ. ଯେଉଁଠାରେ ତ୍ରେତେୟା ଯୁଗରୁ ଚିରଞ୍ଜିଵୀ ଷଷ୍ଠ ଅବତାର ଭଗବାନ ପର୍ଶୁରାମ ଆଜିବି ତପସ୍ୟାରତ. ପବିତ୍ର ପୀଠ, ମନ୍ଦିର ଓ କିମ୍ବଦନ୍ତି ଏସବୁ ତୀର୍ଥର ପ୍ରମାଣ ଦିଏ. ଏଠାରୁ ପ୍ରବାହିତ ହେଉଥିବା ମହେନ୍ଦ୍ର ତନୟା ଏକ ପବିତ୍ର ନଦୀ ଯାହାକି ଗଙ୍ଗା ଠାରୁ ପ୍ରଦାନ ଅଟେ. ଏଠାରେ ଥିବା ଭୀମ ମନ୍ଦିର ଭାରତବର୍ଷର ସବୁଠାରୁ ପ୍ରାଚୀନ ଓ ପ୍ରଥମ ମନ୍ଦିର ଅଟେ. ସବୁ ଯୁଗରେ ଭଗବାନଙ୍କ ଅବତାରର ଉପସ୍ଥଳୀ ଅଟେ. କଳିଯୁଗରେ ଭଗବାନ କଳିକି ପର୍ଶୁରାମଙ୍କ ଠାରୁ ଏଠାରେ ଅଗ୍ରଶିକ୍ଷା ଦେବାଶହ ପ୍ରଦାନ କରିବେ. କେନ୍ଦ୍ର ସରକାର ମହେନ୍ଦ୍ରଗିରିକୁ ରାମାୟଣର ତୀର୍ଥସ୍ଥଳୀ ରୂପେ ଏହାକୁ ଅନ୍ତର୍ଭୂକ୍ତ କରିଛନ୍ତି. ଏହିଭଳି ବହୁ କିମ୍ବଦନ୍ତି ଓ ପ୍ରମାଣ ମହେନ୍ଦ୍ରଗିରିକୁ ଏକ ତୀର୍ଥ ସ୍ଥାନ ରୂପେ ପ୍ରମାଣିତ କରେ. ଯଦି ଏହି ସ୍ଥାନକୁ ତୀର୍ଥସ୍ଥାନ ଘୋଷଣା ନକରି ଦର୍ଶନିୟ ସ୍ଥାନ ଘୋଷଣା କରାଯାଏ ତେବେ ମଦ, ମାଂସ ଓ ଅପବିତ୍ର କାର୍ଯ୍ୟ ଦ୍ୱାରା ମହେନ୍ଦ୍ରଗିରିର ପବିତ୍ରତା ନଷ୍ଟ ହୋଇଯିବ ତେଣୁ ମହେନ୍ଦ୍ରଗିରିକୁ ପବିତ୍ର ତୀର୍ଥ ସ୍ଥାନର ମାନ୍ୟତା ପ୍ରଦାନ କରାଯାଉ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ