ମହେନ୍ଦ୍ରଗିରିରେ ଶବର ସମାଜର ସର୍ବଚ୍ଚ କାର୍ଯ୍ୟକର୍ତ୍ତା ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ପବିତ୍ର ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଶିଖରରେ ଶବର କଲ୍ୟାଣ ସମିତିର ସର୍ବଚ୍ଚ କାର୍ଯ୍ୟକର୍ତ୍ତାମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ବିବେକାନନ୍ଦ ସ୍ମାରକ ପୀଠର କେନ୍ଦ୍ରୀୟ ଧର୍ମ ପ୍ରଚାରକ ହନୁମନ୍ତ ରାଓ ମହାରାଜ ସୁଦୁର କନ୍ୟାକୁମାରୀ ଠାରୁ ଆସି ଯୋଗଦେଇଥିଲେ । କନ୍ୟାକୁମାରୀ ପୀଠର କ୍ଷେତ୍ରିୟ ସଂଗଠନ ମନ୍ତ୍ରୀ ଲକ୍ଷ୍ମୀନାରାୟଣ ପାଣିଗ୍ରୀ ଓଡିଶାର ସଂଗଠକ ରଶ୍ମିତା ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମହେନ୍ଦ୍ରଗିରିର ସଂସ୍କୃତିର ପୁନଃଉଦ୍ଧାର ପାଇଁ ମାର୍ଗ ଦର୍ଶନ କରିଥିଲେ । ଶବର କଲ୍ୟାଣ ସମିତିର ଝାମ୍ପୁରା ରଇତ, ତ୍ରିନାଥ ଶବର, କୃଷ୍ଣ ଚନ୍ଦ୍ର ଗମାଙ୍ଗ, କର୍ଣ୍ଣରଥି ରଇତ, ଚିତ୍ତରଞ୍ଜନ ରିତ, ଦଣ୍ଡପାଣି ବଡମୁଣ୍ଡି, ବୈରାଗି ଶବର, ହରିଶ୍ଚନ୍ଦ୍ର ଶବର ପିତାମ୍ବର ମଣ୍ଡଳ ଏହି ମୁଖ୍ୟ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ଶତାଧିକ କାର୍ଯ୍ୟକ୍ର୍‌ମ ଭାଗ ନେଇଥିଲେ । ବୈଠକରେ ବିଚାର ହୋଇଥିବା ବିଷୟ ମଧ୍ୟରେ ମହେନ୍ଦ୍ର ଗିରିର ପବିତ୍ରତା ରକ୍ଷା କରିବାପାଇଁ ବଦକ୍ଷେପ ନେବା, ଦାରୁ ବ୍ରହ୍ମ ଶବର ମାନଙ୍କ ଈଷ୍ଟ ଦେବ ମହେନ୍ଦ୍ର ନାଥଙ୍କ ମନ୍ଦିର ନିର୍ମାଣ କରିବା, ମହେନ୍ଦ୍ରରେ ପ୍ରତିବର୍ଷ ଚାଲିଥିବା ଯଜ୍ଞରେ ଭାଗ ନେବା ପାଇଁ ଆସିବା, ମହେନ୍ଦ୍ରଗିରିର ଜଙ୍ଗଲ ପଶୁପକ୍ଷୀ ଓ ପରିବେଶକୁ ସୁରକ୍ଷା ଦେବା, ସାରା ଭାରତ ବର୍ଷରେ ସାଧୁ ସନ୍ଧମାନେ ମହେନ୍ଦ୍ର ଆଶୁଥିବା କାରଣରୁ ସଂନ୍ଥମାନଙ୍କ ପାଇଁ ମହେନ୍ଦ୍ର ଆଶ୍ରମର ନିର୍ମାଣ କରିବା, ମହେନ୍ଦ୍ରଗିରିର ଚତୁପାଶ୍ୱର୍ରେ ଥିବା ଶବର ଗ୍ରାମମାନଙ୍କରେ ବିଧର୍ମି ମାନଙ୍କୁ ସ୍ଥାନ ଦେବା ନାହିଁ, ମହେନ୍ଦ୍ର ପରିକ୍ରମା ଭିତରେ ଥିବା ସ୍ଥାନ ମାନଙ୍କର ପୁନଃ ଉଦ୍ଧାର କରିବା ଆଦି ଉପରେ ଆଲୋଚନା ହୋଇଥିଲା । ଆଲୋଚନା ବିଷୟକୁ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କୁ ଅବଗତ କରେଇବା ସହ ସମାଜର ଅନ୍ୟ ବଦାନ୍ୟ ବ୍ୟକ୍ତି ମାନଙ୍କ ସହଯୋଗ ନେବା ପାଇଁ ନିଷ୍ପତ୍ତି ନିଆଯାଇଥିବାର ଜଣାପଡିଛି । ସମସ୍ତ କାର୍ଯ୍ୟକ୍ରମକୁ ମହେନ୍ଦ୍ରଗିରିର ସାଧକ ସ୍ୱାମୀ ଭାସ୍କର ତୀର୍ଥ (ଲକ୍ଷ୍ମୀବାବା) ମାର୍ଗଦର୍ଶନ ଓ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ