ମହେନ୍ଦ୍ରଗିରି ପାଦଦେଶରେ ଥିବା ରାମେଶ୍ୱର ମନ୍ଦିରର ବାର୍ଷିକୋତ୍ସବ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ରାୟଗଡ ବ୍ଲକ ଠାରେ ଥିବା ପୁରାଣ ପ୍ରସିଦ୍ଧ ତଥା ପବିତ୍ର ମହେନ୍ଦ୍ରଗିରିର ପାଦଦେଶରେ ଥିବା ଡୁଙ୍ଗୁଡୁଙ୍ଗ ଗ୍ରାମ ଠାରେ ରାମେଶ୍ୱର ମନ୍ଦିରର ବାର୍ଷିକୋତ୍ସବ ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ପାଳିତ ହୋଇଯାଇଛି । ଭଗବାନ ରାମେଶ୍ୱରଙ୍କୁ କଳଶ ଯାତ୍ରାରେ ଗଙ୍ଗାଙ୍କୁ ମହେନ୍ଦ୍ରତନୟା ନଦୀରୁ ଆବାହନ କରି ଆଣି ଅଭିଶେକ କରାଯାଇଥିଲା ଏବଂ ସହସ୍ର ବେଲପତ୍ର ଅର୍ଚନା କରାଯାଇଥିଲା । ଶତ ଅର୍ଣ୍ଣଯଜ୍ଞ, ନାମ ଯଜ୍ଞ ଏବଂ ଜ୍ଞାନ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ସେହିପରି ଘୃତ ଯଜ୍ଞ ଏବଂ ରୁଦ୍ରାଭିଶେକ ବ୍ରହ୍ମଚାରୀ ଅନ୍ତର୍ଯ୍ୟାମୀଙ୍କ ଦ୍ୱାରା କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ସ୍ୱାମୀ ଭାସ୍କରତୀର୍ଥ (ଲକ୍ଷ୍ମୀବାବା) ପରିଚାଳନା କରିଥିବା ବେଳେ ଡୁଙ୍ଗୁଡୁଙ୍ଗ ଗ୍ରାମର ଟୁକୁନା ଶବର, ସନ୍ତୋଷ ଶବର, କାହ୍ନୁଚରଣ ଭୂୟାଁ ପ୍ରମୁଖଙ୍କ ସମେତେ ମହେନ୍ଦ୍ର ଆଶ୍ରମର ଋଷିପୁତ୍ର ଏବଂ ଋଷିକନ୍ୟା ପୂଜାପାଠ ଓ କୀର୍ତ୍ତନରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ