ମହେନ୍ଦ୍ରଗିରି ସରକାରୀ ପୈାର ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ
ପାରଳାଖେମୁଣ୍ଡି,(ଯୁଗାବ୍ଦ ନ୍ୟୁଜ୍): ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ ମହେନ୍ଦ୍ରଗିରି ସରକାରୀ ପୌର ଊଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶୁଭଲକ୍ଷ୍ମୀ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇସାରିଛି।ମୁଖ୍ୟ ଅତିଥି ଲିଙ୍ଗରାଜ ଦାଶ, ମୁଖ୍ୟବକ୍ତା ପ୍ରସାଦ କୁମାର ନାୟକ ,ସମ୍ମାନିତ ଅତିଥି ଜଗଦୀଶ ପ୍ରସାଦ ଦାଶ, ଭାଗବତ ପାଢ଼ୀ, ଯୋଗଦେଇ ଛାତ୍ର ଛାତ୍ରୀ ମାନେ ଅଧ୍ୟୟନ ଓ ଚରିତ୍ର ଗଠନରେ ମନନିବେଶ କରିବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ଅତିଥି ଶିକ୍ଷକ ବିଚିତ୍ରାନନ୍ଦ ବେବର୍ତ୍ତା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବେଳେ ମମତା ଦାଶ, ୱାଇ ଶିବ ପ୍ରସାଦ,କବିତା ରାଉତ, ବିଷ୍ଣୁ ଦେବୀ,ବିଜୟଲକ୍ଷ୍ମୀ ସାହୁ,ଶ୍ରୀମତୀ ନନ୍ଦ,ଜୀ.ଶ୍ରୀଲକ୍ଷ୍ମୀ ,ସୁଜ୍ଞାନି ପାଣିଗ୍ରାହୀ, ରିତା ମିଶ୍ର, ରଞ୍ଜିତ ଦାଶ, ସୂର୍ୟ୍ୟନାୟଣ ପ୍ରଭୃତି କାର୍ୟ୍ୟକ୍ରମକୁ ପରିଚାଳନାକରିଥିଲେ।ଶେଷରେ ଖେଳ ଶିକ୍ଷକ ଉମାଚରଣ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।ପୁରସ୍କାର ବିତରଣୀ ଉଛବ ପରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ନୃତ୍ୟ, ଗୀତ, ଏକାଙ୍କିକା ପରିବେଷଣ କରାଯାଇଥିଲା ।