ମହେନ୍ଦ୍ରଗିରି ସରକାରୀ ହାଇସ୍କୁଲର ସ୍ୱର୍ଣ୍ଣୋତ୍ସବ ପାଳନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହେନ୍ଦ୍ରଗିରି ହାଇସ୍କୁଲର ସ୍ୱର୍ଣ୍ଣୋତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଆଜି ରବିବାର ଦିନ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ହାଇସ୍କୁଲର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ଆଜିର ଏହି ସ୍ୱର୍ଣ୍ଣୋତ୍ସବରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଗଜପତି ଏସ୍‌ପି ଜୟରାମ ଶତପଥି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ୱରାଜ ଶିଶା, ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ଞାନରଞ୍ଜନ ମାଝୀ, ପ୍ରାକ୍ତନ ପ୍ରଧାନଶିକ୍ଷକ ଲିଙ୍ଗରାଜ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଏହି ପୁରାତନ ମହେନ୍ଦ୍ରଗିରି ହାଇସ୍କୁଲର ଐତିହ୍ୟ ଉପରେ ଗୁରୁତ୍ୱାରୋପ କରିବା ସହ ମହେନ୍ଦ୍ରଗିରି ହାଇସ୍କୁଲର ଅନେକ ଛାତ୍ର ଓଡିଶା ସମେତ ସମଗ୍ର ଭାରତବର୍ଷରେ ବିଭିନ୍ନ ପଦ ପଦବୀରେ ରହି ଆସିଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ମହେନ୍ଦ୍ରଗିରି ହାଇସ୍କୁଲ ଉପାନ୍ତ ପାରଳା ଅଞ୍ଚଳରେ ଶିକ୍ଷାର ଅଗ୍ରଗତିରେ ବହୁ ଉଲ୍ଲେଖନୀୟ ଅବଦାନ ସୃଷ୍ଟି କରି ବହୁ ବିଦ୍ୱାନଙ୍କୁ ଗଢିତୋଳିବାର କାରଖାନା ଭାବେ ଖ୍ୟାତି ରଚିଛି । ଏହାର ଉନ୍ନତି ଓ ବିକାଶ ଉପରେ ଅତିଥି ଓ ବକ୍ତାମାନେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ସ୍ୱର୍ଣ୍ଣୋତ୍ସବରେ ଶୁଭଲକ୍ଷ୍ମୀ ଦାସ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ସୁଜାତା ନନ୍ଦ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅତିଥି ପରିଚୟ ପୁରାତନ ଛାତ୍ର ତଥା ସ୍ୱର୍ଣ୍ଣୋତ୍ସବ କମିଟିର ସମ୍ପାଦକ ଭାଗବତ ପାଢୀ ପ୍ରଦାନ କରିଥିବା ବେଳେ ପୁରାତନ ଛାତ୍ର ତଥା ସାହିତ୍ୟ ଏକାଡେମୀର ଗଜପତି ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ପରିଚାଳନା କରିଥିଲେ । ଏହି ଅବସରରେ ସମ୍ବର୍ଦ୍ଧନା ପର୍ବରେ ବେଣୁଗୋପାଳ ପାଢୀ, ପ୍ରଫୁଲ କୁମାରୀ ପାତ୍ର, ପ୍ରେମଲତା ପାତ୍ର, କବିତା ରାଉତ, ଶ୍ରୀଲକ୍ଷ୍ମୀ ଗେଦଲା, ସୂର୍ଯ୍ୟନାରାୟଣ ରାଜଗୁରୁ, ବିଷ୍ଣୁପ୍ରିୟା ଦେବୀ ପାଢୀ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ସ୍ୱର୍ଣ୍ଣୋତ୍ସବର ସ୍ମରଣିକାକୁ ଏହି ଅବସରରେ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ସ୍ୱର୍ଣ୍ଣୋତ୍ସବରେ ମହେନ୍ଦ୍ରଗିରି ହାଇସ୍କୁଲର ବହୁ ପୁରାତନ ଛାତ୍ରଛାତ୍ରୀ, ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ