ମହେନ୍ଦ୍ର ତନୟା ନଦୀରେ ବୁଡି ଜଣେ ମୃତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଠାରେ ନଦୀରେ ବୁଡି ଜଣେ ମୃତ୍ୟୁ ହୋଇଥିବାର ଜଣାପଡିଛି । ଗୁରାଣ୍ଡି ଥାନା ଅନ୍ତର୍ଗତ ବାଘଶାଳା ଗ୍ରାମ ନିକଟରେ ଥିବା ମହେନ୍ଦ୍ର ତନୟା ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଛି । ନିଖୋଜ ଯୁବକ ହେଉଛନ୍ତି ତେଜେଶ୍ଵର ରାଓ , ସେ ସେହି ଗ୍ରାମରେ ଥିବା ମନ୍ଦିର ରେ ପୁଜାର୍ଚନା ପାଇଁ ବ୍ରହ୍ମପୁର ରୁ ଏଠାକୁ ଆସୀଥିଲେ । କିନ୍ତୁ ପୁଜା ଆରମ୍ଭ ପୁର୍ବରୁ ସ୍ନାନ ପାଇଁ ନଦୀକୁ ଯାଇ ଆଉ ଫେରି ନଥିଲେ , ଖବର ପାଇ ପରିବାର ଲୋକ ଏବଂ ଗ୍ରାମବାସୀଙ୍କ ସହାୟତାରେ ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ ନଇକୂଳରେ ଖୋଜାଖୋଜି ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ସନ୍ଧ୍ୟା ହୋଇଯାଇଥିଲେ ମଧ୍ୟ ବା ୫ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ନିଖୋଜ ଯୁବକ ର କୈାଣସି ପତା ମିଳି ନାହଁ ବୋଲି ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ଜଣାପଡିଛି ।