ମହେନ୍ଦ୍ର ବନାଞ୍ଚଳରେ ବନ୍ୟଜନ୍ତୁ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଗୋଷାଣୀ, ଗାରବନ୍ଧ ଆଦି ଠାରେ ପାରଳାଖେମୁଣ୍ଡି ବନଖଣ୍ଡର ମହେନ୍ଦ୍ର ବନାଞ୍ଚଳ ତରଫରୁ ବନ୍ୟଜନ୍ତୁ ଶିକାର ନ କରିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ ସରକାରଙ୍କ ବନ୍ୟଜନ୍ତୁ ଆଇନ ୧୯୭୨ ପ୍ରକାରେ ବିଭିନ୍ନ ଦଣ୍ଡ ବିଧାନ ବିଷୟରେ କହି ସଚେତନା କରିଥିଲେ । ଏଥିରେ ବନାଞ୍ଚଳ ଅଧିକାରୀ କବିତା ପରିଚ୍ଛା ବନପାଳ ନାରାୟଣପୁରୁ ପ୍ରକାଶଚନ୍ଦ୍ର ବିଶୋୟୀ, ଗାରବନ୍ଧ ବନପାଳ କାମେଶ୍ୱର ରାଓ, ବନରକ୍ଷୀ ଓୟା ଭବାନୀ ମହାନ୍ତି, ବନରକ୍ଷୀ ପୁଷ୍ପାଲତା ପଣ୍ଡା, କବିତା ରାଣୀଦେବି ପ୍ରମୁଖ ଉପସ୍ଥିତ ରହି ବନ୍ୟଜନ୍ତୁ ସମ୍ପର୍କିତ ବିଭିନ୍ନ ସୂଚନା ପ୍ରଦାନ କରିବା ସହ ଶିକାର କଲେ କଣ କଣ ଦଣ୍ଡ ବିଧାନ ରହିଛି ଗ୍ରାମ ଗୁଡିକୁ ବୁଲି ବୁଲି ସଚେତନା କରିଥିଲେ ।