ମହେଶ୍ବର ଙ୍କ ବିୟୋଗ ରେ ଶୋକ
ନିମାପଡ଼ା, (ସନ୍ତୋଷ ଦାସ):ପୁରୀ ଜିଲ୍ଲା ବିଜେଡ଼ି ସଭାପତି, ପୂର୍ବତନ ମନ୍ତ୍ରୀ,ବାଚସ୍ପତି ମହେଶ୍ବର ମହାନ୍ତି ଙ୍କର ପରଲୋକ ଘଟିଛି। ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି। ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, ବିଜେଡ଼ି ରାଜ୍ଯ ସମ୍ପାଦକ ସତ୍ୟବ୍ରତ ପାତ୍ର ( ରମୁ) ଯୁବନେତା ଶେଖ୍ ସମସୁଲ,ନିମାପଡା ବ୍ଲକ ବିଜେଡ଼ି ସଭାପତି ଅଶୋକ ସାହୁ, ଏନ୍ ଏ ସି ସଭାପତି ଜୀବନାନନ୍ଦ ମହାପାତ୍ର, ତୁଳସୀପୁର ପଞ୍ଚାୟତ ସଭାପତି ପ୍ରକାଶ ସାହୁ, ସରପଞ୍ଚ ମଞ୍ଜୁଶ୍ରୀ ଭୋଇ, ସମିତି ସଭ୍ୟା ଝରଣା ସାହୁ, କାକଟପୁର ବ୍ଲକ ବିଜେଡ଼ି ସଭାପତି ପ୍ରାଣକୃଷ୍ଣ ମଲ୍ଲିକ, ସରପଞ୍ଚ ଅଭୟ ସେଠୀ, ହିମାଂଶୁ ଦିକ୍ଷୀତ, ଧୁମାଳୋ ସରପଞ୍ଚ ମୋନାଲିସା ସିଂ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ କୁମାର ନାୟକ, ଜ୍ୟୋତିରଞ୍ଜନ ନାୟକ ପ୍ରମୁଖ ଶୋକ ପ୍ରକାଶ କରିବାସହିତ ପୁରୀ ଜିଲ୍ଲା ବିଜେଡି ଦଳ ତାର ମୂରବୀ କୁ ହରାଇଲା ବୋଲି କହିଛନ୍ତି।


