ମହେଶ ହେମ୍ବ୍ରମ ବିଜୁ ଜନତା ଦଳର ରାଜ୍ୟ ସଂପାଦକ ନିଯୁକ୍ତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୂରଭଂଜ ଜିଲ୍ଲାରେ ଗତ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳର ସାଂଗଠନିକ ଦୁର୍ବଳତା ଯୋଗୁଁ ଏବଂ ନେତୃବୃନ୍ଦଙ୍କ ମନମାନୀ ଓ ଜନ ସଂପର୍କ ଅଭାବ ହେତୁ ତ୍ରିସ୍ତରୀୟ ନିର୍ବାଚନରେ ନୈରାଶ୍ୟ ଜନକ ପ୍ରଦର୍ଶନ ହୋଇଥିଲା । ତାହାର ପୁନରାବୃତ୍ତି ନ ହେବା ପାଇଁ ବିଜେଡି ଦଳ ଯୁବ ନେତୃତ୍ୱକୁ ଗୁରୁତ୍ୱ ଦେଇଛି । ମୟୂରଭଂଜ ଜିଲ୍ଲାର ସାଂଗଠନିକ ସୁଦୃଢ ପାଇଁ ଯାଜପୁର ବିଧାୟକ ତଥା ରାଜ୍ୟ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଦାୟିତ୍ୱ ଅର୍ପଣ କରିଛନ୍ତି । ତାଙ୍କରି ବିଚକ୍ଷଣ ରାଜନୀତି ଗୁଟିରେ ଦଳର କଳେବର ବହୁ ସଂଖ୍ୟାରେ ବୃଦ୍ଧି ପାଉଛି । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ, ବିଚାରଧାରା ଓ ଶୁଶାସନ ଉପରେ ଭରସା ଏବଂ ପ୍ରଣବ ପ୍ରକାଶଙ୍କ ସଚ୍ଚୋଟତା, ଦାମ୍ଭିକତା, ସ୍ପଷ୍ଟବାଦିତା, ଦୃଢ ଶସକ୍ତ ଓ ବଳିଷ୍ଠ ନେତୃତ୍ୱରେ ବିଜେଡି ପ୍ରତି ଆକୃଷ୍ଟ ହୋଇ ଦଳରେ ସାମିଲ ହେଉଛନ୍ତି । ନିକଟରେ ଝାଡଖଣ୍ଡର ଦଳର ରାଜ୍ୟ ସଭାପତି ମହେଶ ହେମ୍ବ୍ରମ, ରାମଚନ୍ଦ୍ର ମୁର୍ମୁଙ୍କ ସମେତ ବହୁ ଆଦିବାସୀ ଯୁବ ଟାଣୁଆ ନେତା ବିଜେଡିରେ ସାମିଲ ହୋଇଛନ୍ତି । ନିକଟରେ ବିଜେଡି ସୁପ୍ରିମୋ ନବୀନ ପଟନାୟକ ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ କିଛି ବରିଷ୍ଠ ନେତା ମାନଙ୍କୁ ରାଜ୍ୟ ବିଜେଡି ସାଂଗଠନିକ ପଦବୀରେ ନିଯୁକ୍ତି ଦେଇଛନ୍ତି । ସେମାନଙ୍କ ମଧ୍ୟରେ ବାମନଘାଟୀ ଉପଖଣ୍ଡର ବାଦାମ ପାହାଡ ଅଂଚଳର ପୂର୍ବତନ ଝାମୁମୋ ସଭାପତି ତଥା ବର୍ତ୍ତମାନର ବିଜେଡିର ଆଗଧାଡିର ଯୁବନେତା ମହେଶ ହେମ୍ବ୍ରମଙ୍କୁ ବିଜୁ ଜନତା ଦଳର ରାଜ୍ୟ ସଂପାଦକ ଭାବେ ନିଯୁକ୍ତ କରିଥିବା ଦଳର ସାଧାରଣ ସଂପାଦକ(ମିଡିଆ ଦାୟିତ୍ୱ) ମାନସ ରଂଜନ ମଙ୍ଗରାଜ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି । ଏହି ଖବର ପାଇବାପରେ ସଦର ମୟୂରଭଂଜ ଜିଲ୍ଲାରେ ବିଜେଡି କର୍ମି ମହଲରେ ଆନନ୍ଦର ଲହରି ଖେଳି ଯାଇଛି । ନିଜ ପ୍ରତିକ୍ରିୟାରେ ନବ ନିଯୁକ୍ତ ବିଜେଡି ରାଜ୍ୟ ସଂପାଦକ ମହେଶ ହେମ୍ବ୍ରମ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ, ରାଜ୍ୟ ସାଂଗଠନିକ ସଂପାଦକ ତଥା ମୟୂରଭଂଜ ପର୍ଯ୍ୟାବେକ୍ଷକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି ।ଦଳ ଦେଇଥିବା ଗୁରୁ ଦାୟିତ୍ୱକୁ ସୁଚାରୂରୂପେ ତୁଲାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓ ମୟୂରଭଂଜ ବିଜେଡି ପ୍ରଭାରୀ ପ୍ରଣବ ପ୍ରକାଶ ଦାସଙ୍କ ଦିଗଦର୍ଶନରେ ସମସ୍ତ କର୍ମକର୍ତ୍ତା,କର୍ମିଙ୍କୁ ସାଙ୍ଗରେ ନେଇ ତୃଣମୂଳ ସ୍ତରରେ ଦଳର ସଂଗଠନକୁ ସୁଦୃଢ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣ ଯୋଜନାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଗରିବ,ଖଟିଖିଆ,ପିଡିତା,ଶ୍ରମିକଙ୍କ ସମେତ ସମସ୍ତ ଅବହେଳିତ ଲୋକଙ୍କ ସୁଖଦୁଖରେ ସାମିଲ ହୋଇ ସେମାନଙ୍କ ସମସ୍ୟା ସମାଧାନ ପାଇଁ ଗୁରୁତ୍ବ ଦେବେ ବୋଲି ଗଣ ମାଧ୍ୟମକୁ କହିଥିଲେ । ବର୍ତ୍ତମାନ ସେ ଯଶିପୁର ନିର୍ବାଚନ ମଣ୍ଡଳୀର ସଂଯୋଯକ ଦାୟିତ୍ଵରେ ଅଛନ୍ତି ।ତାଙ୍କୁ ଦଳରେ ଗୁରୁ ଦାୟିତ୍ୱ ନିଯୁକ୍ତି ମିଳିଥିବା ଖବର ପାଇ ଦଳର ନେତୃବୃନ୍ଦ, କର୍ମି,ଶୁଭେଛୁ ପ୍ରମୁଖ ତାଙ୍କ ବାସ ଭବନକୁ ଯାଇ ପୁଷ୍ପଗୁଛ ଦେଇ ଅଭିନନ୍ଦନ ଓ ଶୁଭେଛା ଜଣାଇଥିଲେ ।ସେ ମଧ୍ୟ ସଦର ମୟୂରଭଂଜବାସୀଙ୍କୁ ଇଂରାଜୀ ନବ ବର୍ଷ ଓ ପବିତ୍ର ମକର ସଂକ୍ରାନ୍ତିରେ ସମସ୍ତଙ୍କରସୁଖ, ଶାନ୍ତି, ମଙ୍ଗଳ ଓ ଶୁଭକାମନା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ