ମହୋତ୍ସବ ସରିଲା ଶେଷ ହେଲାନି ବେଳାଭୁମି
ଚିକିଟି,(କୁରେଶ ସାହୁ): ବିସୃତ ସୁନାପୁର ବେଳାଭୁମି ମହୋତ୍ସବ ବେଶ ଯାଜଯକମର ସହ ହୋଇ ପର୍ଯ୍ୟାୟ କ୍ରମେ ଶେଷ ହୋଇଛି । ସେହି ବେଳାଭୁମି ମହୋତ୍ସବ ଶେଷ ହେବା ପରେ ବର୍ତ୍ତମାନ ଅଳିଆ ଆବର୍ଜନା କୁଢ କୁଢ ହୋଇ ପଡିରହିଛି । କ୍ଲିନ ବେଳାଭୂମୀ ରେ ଅସନା ବେଳାଭୂମିରେ ପରିଣତ ହୋଇଥିବା ଅଭିଯୋଗ ହୋଇଛି । ଯୁଆଡେ ଚାହିଁବ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡିରହିଛି । ପ୍ରଶାସନ ସୁନାପୁର ବେଳାଭୂମୀ କୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଘୋଷଣା କରିଥିଲା କିନ୍ତୁ ମହୋତ୍ସବରେ ପ୍ଲାଷ୍ଟିକ ବୋତଲ , ପାଣି ପାଉଚ , ଦେଶୀମଦ ପାଉଚ , ସୋଲ ପ୍ଲେଟ ଆଦି ପଡି ରହିଥିବା ଦେଖିବାକୁ ମିଳିଛି । ତେବେ ଏହି ଅଳିଆ ଆବର୍ଜନା ସଫା କରିବାର ଘଟଣା କାହାର ଦାଇ୍ତ୍ୱ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।