ମହୋତ୍ସବ-୨୦୧୯ରେ ପ୍ରତିଭା ପ୍ରଦର୍ଶନ କରି ସମ୍ମାନୀତ ହେଲେ ଛତ୍ରପୁରର ଦେବୀ କୁମାରୀ
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍) : ଗତକାଲି ସନ୍ଧ୍ୟାରେ ଭୂବନେଶ୍ୱର ସ୍ଥିତ ଗୁରୁ ସ୍ୱପ୍ନା କୁମାରୀଙ୍କ ତତ୍ତ୍ୱାବଧାନରେ ରବିନ୍ଦ୍ରମଣ୍ଡପ ଠାରେ ଅନୁଷ୍ଠିତ ସମର୍ପଣ ମହୋତ୍ସବ-୨୦୧୯ରେ କଳା ପ୍ରଦର୍ଶନ କରି ଗଂଜାମ ଜିଲ୍ଲାର ଗୁରୁ ଅଳକା ସାହୁଙ୍କ ସିନିୟର ବର୍ଗର ଛାତ୍ରୀ ତଥା ଛତ୍ରପୁର ସହରର ଓଡିଶୀ ନୃତ୍ୟ କଳାକାର ଦେବୀ କୁମାରୀ ପ୍ରଧାନ କୃତିତ୍ୱ ହାସଲ କରି ପୁରସ୍କୃତ ହୋଇଛନ୍ତି । ରାଜ୍ୟରୁ ୯ଟି ଦକ୍ଷ୍ୟ ଗୁରୁ ମାନଙ୍କ ୯ଜଣ ସିନିୟର ବର୍ଗ ଛାତ୍ରୀ ମାନେ ଏହି ମହୋତ୍ସବ ରେ ଅଭିନୟ କରିଥିଲେ । ଏଥିରେ ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରର ଦେବୀ କୁମାରୀ ପ୍ରଧାନ ଭଲ ପ୍ରଦର୍ଶନ କରି ୫ହଜାର ଟଙ୍କା ସହ ସାଟିଫିକେଟ୍ ଅତିଥୀମାନଙ୍କ ଦ୍ୱାରା ସମ୍ମାନୀତ ହୋଇଥିଲେ । ସେ ଗୁରୁ ଅଳକା ସାହୁଙ୍କ ଉଦ୍ୟମରେ ଏହି ମହୋତ୍ସବରେ ଯୋଗଦେଇଥିବା ସୁଯୋଗ ପାଇଥିବାରୁ ତାଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଇଥିଲେ । ଦେବୀ କୁମାରୀ ପ୍ରଧାନ ବହୁ ବାର ରାଜ୍ୟ ଏବଂ ରାଜ୍ୟବାହାରେ କଳାପ୍ରଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି ।