ମାଁର ଜୀବନ ବଞ୍ଚାଇବା ପାଇଁ ୧୪୦ ଦିନରୁ ଅଧିକ ହୋଇଥିଲେ ଡାକ୍ତର ଭ୍ରୁଣର ଗର୍ଭପାତ କରିପାରିବେ- କୋର୍ଟ

ବମ୍ବେ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି । ମାଁ ପ୍ରତି ବିପଦ ଥିଲେ ୨୦ ସପ୍ତାହରୁ ଅଧିକ ଦିନ ପରେ ଭ୍ରୁଣର ବିନା ଅନୁମତିରେ ଡାକ୍ତର ଗର୍ଭପାତ କରିପାରିବେ । ଏହା ସହ ଯଦି ଭ୍ରୁଣର ମାନସିକ ଓ ଶାରୀରିକ ସ୍ୱାସ୍ଥ ପାଇଁ ବିପଦ ଥାଏ ତେବେ ହାଇକୋର୍ଟ କିମ୍ଭା ସୁପ୍ରିମ କୋର୍ଟଙ୍କ ଅନୁମତି ନେବାକୁ ପଡିବ । ମହାରଷ୍ଟ୍ର ସରକାରଙ୍କୁ ୨୦ ସପ୍ତାହ ଠାରୁ ଅଧିକ ସମୟ ପରେ ଗର୍ଭପାତ କରୁଥିବା ଇଛା ରଖୁଥିବା ମହିଳା ମାନଙ୍କ ଚିକିସ୍ରା ବୋର୍ଡ ଗଠନ କରାଯାଇଛି ।ଅଧିନିୟମ ଅନୁଯାୟୀ ୧୪୦ ଦିନରୁ ଅଧିକ ଭ୍ରୁଣକୁ ହତ୍ୟା କରିହେବ ନାହିଁ । ଏହା ସହ କୋର୍ଟରେ କୁହାଯାଇଛି କେବଳ ଜରୁରୀ ପରିସ୍ଥିତିରେ କେବଳ ମାଁ ର ଗର୍ଭପାତ କରିହେବ । ଏହା ସହ ଘୋଷଣା କରିଛନ୍ତି ଯଦି ମାଁ ପ୍ରତି ବିପଦ ଥିବାର ଦେଖାଯାଏ ତେବେ ଡାକ୍ତର ବିନା ଅନୁମତିରେ ଅପରେସନ କରିପାରିବେ । ଏମଟିପି ଅଧିନିୟମ ସାହାର୍ଯ୍ୟ କରିବ ଡାକ୍ତରଙ୍କୁ । ଏହା ସହ ଗର୍ଭପାତ ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ଜରୁରୀ ହୋଇନଥିବ ସେ ପରିସ୍ତିତିରେ ହାଇକୋର୍ଟର ଅନୁମତି ନେବା ଆବଶ୍ୟକତା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ