ମାଁ ଉଜ୍ୱେଳେଶ୍ୱରୀ ଟିପର ଓ ଟ୍ରାକ୍ଟର ଏସୋସିଏସନ କର୍ମକର୍ତ୍ତାଙ୍କ ଜରୁରୀ ବୈଠକ ;ଦାବି ପୂରଣ ନହେଲେ ଗଡିବ ନି ଚକା
ଛତ୍ରପୁର,(ଦେବଦତ୍ତ ମହାରଣା) : ପ୍ରଥମେ କରୋନା ଦାଉ ସାଜିଲା ଏବେ ବାଲି ଲିଜଧାରୀ ଓ ପୋଲିସ ପ୍ରଶାସନ ଆମକୁ ବହୁତ ହଇରାଣ କରୁଛନ୍ତି । ଯାହାଫଳରେ ଆମେ ଏବେ ଆମ୍ଭ ମାନଙ୍କ ପରିବାର ପତିପୋଷଣ କରିବା ଆମ ପାଇଁ କଷ୍ଟ ହୋଇଛି । ଦୀର୍ଘ ୧୦ଦିନ ହେଲା ଆମ ଗାଡି ଗୁଡିକ ବନ୍ଦ କରି ରଖିଛୁ । ଆମ୍ଭେ ମାନେ ଦି ପଇସା ରୋଜଗାର କରିବା ନିମନ୍ତେ ଧାର କରଜ କରି ଗାଡି ଖଣ୍ଡିଏ ଖଣ୍ଡିଏ କିଣି ବାଲି , ପଥର ଓ ଇଟା ବୋଝେଇ କରି ଲୋକଙ୍କ ଘରେ ପହଞ୍ଚାଉଛୁ ଯାହାଫଳରେ ଲୋକମାନେ ଘର ତିଆରି ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟ କରୁଛନ୍ତି । ମାତ୍ର ଆମ୍ଭ ମାନଙ୍କ ଗାଡିକୁ ପୋଲିସ ରୟଲିଟି ଫର୍ମ ନାହିଁ ତ ଆଉ କେତେବେଳେ ଜିଏସଟି ନାହିଁ କହି ଆମକୁ ଜାଣି ସୁଣି ହଇରାଣ ହରକତ କରୁଛନ୍ତି । ଗାଡି ଗୁଡିକ ଧରିବା ମାତ୍ର ଆମ୍ଭ ମାନଙ୍କ ଡ୍ରାଇଭର ମାନଙ୍କୁ ଗିରଫ କରି ଜେଲ ପଠାଉଛି । ଏହାସହିତ ଚଢାଦର ଆମ ଠାରୁ ଜୋରିମାନା ଆଦାୟ କରୁଛି ପୋଲିସ । ଆମେ ବର୍ତ୍ତମାନ କଣକରିବୁ କେମିତି ଚଳିବୁ ବୋଲି ବୁଧବାର ଅପରାହ୍ନରେ ଛତ୍ରପୁର ଜାତୀୟ ରାଜପଥ ନିକଟରେ ଥିବା ମାଁ ଉଜ୍ୱେଳେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଏକ ସାମ୍ବାଦିକ ସମ୍ମିଳନୀ କରି ମାଁ ଉଜ୍ୱେଳେଶ୍ୱରୀ ଟିପର ଓ ଟ୍ରାକ୍ଟର ଏସୋସିଏସନ ର କର୍ମକର୍ତ୍ତା ମାନେ ଏହା ଜଣାଇଛନ୍ତି । ଋଷିକୂଲ୍ୟା ନଦୀ ପଠାରେ ରହିଥିବା ବାଲି ଲିଜ୍ ଧାରୀ ମାନେ ଆମକୁ ସପ୍ତାହରେ ଦୁଇଥର ଲେଖାଁଏ ରୟଲିଟି ଫର୍ମ ଦେଉଛନ୍ତି । ଯାହାଫଳରେ ଆମେ କେମିତି ଆମର ଗାଡି ଗୁଡିକୁ ଚଳାଇବୁ । ବାଲି ଲିଜଧାରୀ ମାନେ ନିଜ ଟିକସ ବାବଦରେ ଦେୟ ଆମ ଠାରୁ ଆଦାୟ ନେଇଯାଉଥିବା ବେଳେ ଆମକୁ ରୟଲିଟି ଫର୍ମ ଠିକ୍ ଭାବେ ଦେଉ ନାହାଁନ୍ତି କି ସହ ଯୋଗ କରୁନାହାନ୍ତି । ତେଣୁ ପ୍ରଶାସନ ଏହାଉପରେ ତୁରନ୍ତ ହସ୍ତକ୍ଷେପ କରି ଆମକୁ ନ୍ୟାୟ ପ୍ରଦାନ କରୁ ନଚେତ ଆମେ ଋଣ କରଜରେ ବୁଡି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବୁ ।
ଇଟା ଭାଟି ଗୁଡିକ ପ୍ରଶାସନ ବନ୍ଦ କରୁନାହାଁନ୍ତି । ଇଟା ବୋଝେଇ ଟିପର ଓ ଟ୍ରାକ୍ଟର ଗାଡିକୁ ଧରୁଛନ୍ତି । ଆମ୍ଭେ କଣ କରିବୁ ଆମେ ଭଡା ବାବଦରେ ଇଟା ଭାଟି ରୁ ଘର ମାଲିକଙ୍କୁ ନିକଟକୁ ଆଣୁଛୁ । ଆମକୁ ଜିଏସଟି ମଗାଯାଉଛି । ଇଟା ଭାଟି ମାଲିକ ମାନେ ଜିଏସଟି ଆମକୁ ଦେଉନାହାଁନ୍ତି । ତେଣୁ ଜିଲ୍ଲାପ୍ରଶାସନ ଆମକୁ ଉଚିତ ନ୍ୟାୟ ପ୍ରଦାନ କରନ୍ତୁ । ପୋଲିସ ପ୍ରଶାସନ ଆମକୁ ଖାଲିରେ ହଇରାଣ ନକରି ଆମକୁ ଆମର ଜିବିକା ଉତ୍ପାଦନ କରିବାକୁ ଦିଅନ୍ତୁ । ଜିଲ୍ଲାପ୍ରଶାସନ ତୁରନ୍ତ ଆମ ଦାବି ଗୁଡିକ ନପୂରଣ କରିବା ପର୍ଯ୍ୟନ୍ତ ଆମ୍ଭେ ଆମ ମାନଙ୍କ ଗାଡି ଗୁଡିକ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବୁ ବୋଲି ଏସୋସିଏସନ ପକ୍ଷରୁ କଡା ଚେତାବନୀ ଦିଆଯାଇଛି । ଆମେ ଆମର ବିଭିନ୍ନ ଅସୁବିଧା ସମ୍ପର୍କରେ ଜିଲ୍ଲା ସଂଘକୁ ସୂଚନା ଦେଇଛୁ । ଜିଲ୍ଲା ସଂଘର ନିଷ୍ପତ୍ତି ଅନୁସାରରେ ପ୍ରଶାସନ ଆମ ଦାବି ଗୁଡିକ ନପୂରୁଣ କରନ୍ତି ଦେବେ ଆଗାମୀ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ମଧ୍ୟ ଏସୋସିଏସନର କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି । ଛତ୍ରପୁର ବ୍ଲକ ଓ ଏନଏସି ଅଂଚଳର ଟିପର ଓ ଟ୍ରାକ୍ଟର ୨୫୦ରୁ ଉର୍ଦ୍ଧ୍ୱ ଗାଡି ରହିଛି । ଗାଡିର ଡ୍ରାଇଭର ଓ ମାଲିକ ମାନେ ବର୍ତ୍ତମାନ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମାଁ ଉଜ୍ୱେଳେଶ୍ୱରୀ ଟିପର ଓ ଟ୍ରାକ୍ଟର ଏସୋସିଏସନ ର ସଭାପତି କେ.ଚନ୍ଦ୍ର ଶେଖର ରେଡ୍ଡୀ, ଉପସଭାପତି ଚିଙ୍କାରା ବେହେରା, ସମ୍ପାଦକ ତୋଫାନ ରେଡ୍ଡୀ, ସହ-ସମ୍ପାଦକ ଡି.ସତ୍ୟମ ରେଡ୍ଡୀ ଓ ସପନ ନାହାକ, କାର୍ଯ୍ୟକାରିଣୀ କମିଟି ସଭ୍ୟ ଟୁନା ଖୁଣ୍ଟିଆ, ମେଘନାଦ ପ୍ରଧାନ , ରମେଶ ଛଟେଇ, ସୁଶାନ୍ତ ଦାଶ, ଅଜିତ୍ ପୁରୋହିତ ଓ ଡି.ଇଶ୍ୱରଙ୍କ ସମେତ ଦୁଇଶହରୁ ଉର୍ଦ୍ଧ୍ୱ ସଭ୍ୟ ମାନେ ଉପସ୍ଥିତ ଥିଲେ ।


