ମାଁ ଗ୍ରାମଦେବୀଙ୍କ ଯାତ୍ରା ଆରମ୍ଭ : ଅସ୍ଥାୟୀ ମଣ୍ଡପରେ ବିଜେ ହେଲେ ମା…

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ମାଁ ‘ ଗ୍ରାମଦେବୀଙ୍କ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ରାୟଗଡ଼ ସହର I କୁମ୍ଭାର ସାହି ପକ୍ଷରୁ ପ୍ରତି ପାଞ୍ଚ ବର୍ଷକୁ ଥରେ ଅଣାଯାଉଥିବା ବେଳେ କୋରନା କଟକଣା ଯୋଗୁଁ ଦୀର୍ଘ ନଅ ବର୍ଷ ପରେ ଉକ୍ତ ଯାତ୍ରା ଆୟାଜିତ ହେଉଅଛି l ଶୁକ୍ରବାର ଠାରୁ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଏହି ଯାତ୍ରା ପାଞ୍ଚ ଦିନ ଧରି ଚାଲିବ l ଏ ସମୟରେ ମାଁଙ୍କୁ ସମସ୍ତ ରୀତିନୀତି ଏବଂ ପରମ୍ପରା ଅନୁଯାଇ ପୂଜାର୍ଚନା କରାଯିବ I ଏ ଅବସରରେ ଲୋକଙ୍କ ମନରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ରାୟଗଡ଼ କୁ ପ୍ରଥମ ଥର ପାଇଁ ପିଲାମାନଙ୍କ ପାଇଁ ମିନା ବଜାର ଆୟୋଜନ କରାଯାଇଛି ବୋଲି ଯାତ୍ରା କମିଟି ପକ୍ଷରୁ କୁହାଯାଇଛି l ଯାତ୍ରାର ରୀତି ଅନୁସାରେ ପୁନି ବେହେରାଙ୍କ ହାଣ୍ଡି ଶାଳରୁ ପାଟ ହାଣ୍ଡି ମନ୍ଦିରକୁ ଅଣାଯାଇଥିଲା l ଏହାପରେ ପିଣ୍ଟୁ ପାଇକଙ୍କ ଘର ରୁ ମାଁଙ୍କ ପୂଜାର୍ଚ୍ଚନା କରାଯିବା ପରେ ମାଁ କୀଳାମୁଣ୍ଡାଙ୍କୁ ସ୍ଥାୟୀ ମନ୍ଦିରକୁ ଅଣାଯାଇ ପୂଜାର୍ଚ୍ଚନା କରାଯାଇଥିଲା l ଯାତ୍ରା ପାଇଁ ମାଁ ଙ୍କ ମୁଣ୍ଡରୁ ଫୁଲ ଖସି ଚାଙ୍ଗୁଡିରେ ପଡ଼ିବା ବିଧି ରହିଥିବାରୁ ଅନେକ ସମୟ ଯାଏଁ ଶ୍ରଦ୍ଧାଳୁ ମାନେ ଏହାକୁ ଅପେକ୍ଷା କରି ରହିଥିଲେ l ଆଜ୍ଞା ମାଳ ପାଇବା ପରେ ଏକ ବିରାଟ ପଟୁଆରରେ ମାଁଙ୍କୁ ଅଣାଯାଇ ଅସ୍ଥାୟୀ ପିଠରେ ପୂଜା କରାଯାଏ l ଏହା ସହିତ ଲିହୁରୁଣୀ ଓ ଗୌରୀମା ଠାକୁରାଣୀ ମାଁଙ୍କୁ ଅଣାଯାଇଥାଏ l ଏ ସମୟରେ ଗାଁ ର ପ୍ରତେକ ମହିଳା ଗାଁ ଦାଣ୍ଡରେ ମାଁ ଙ୍କୁ ବନ୍ଦାପନା କରି ସ୍ଵାଗତ କରିଥିଲେ l ଏହାପରେ ସନ୍ଧ୍ୟାରେ ନିଜ ବାପ ଘରେ ପହଞ୍ଚିଥିଲେ l ସେଠାରେ ଭୋଗ ଲାଗି ହେବାପରେ ଘଟ ପରିକ୍ରମା କରାଯାଇଥିଲା I ରାତି ତମାମ ମାଁ ଙ୍କ ଘଟ ମଝି ସାହି, ବିଶୋୟୀ ସାହି, ଓଡ଼ିଆ ସାହି, ବଢ଼େଇ ସାହି, ଗଉଡ ସାହି, ହେଣ୍ଡିଆ ସାହି, ଆଦର୍ଶ ନଗର ଓ କୁମ୍ଭାର ସାହି ଆଦି ପରିକ୍ରମା କରିଥିଲେ l ମଧ୍ୟରାତ୍ରରେ ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ ଅସ୍ଥାୟୀ ପିଠ କୁ ମାଁଙ୍କୁ ଅଣାଯାଇଥିଲା l ଯାତ୍ରା କୁ ଶାନ୍ତି ଶୃଙ୍ଖଳା ସହ ସମାପନ କରିବାକୁ ଗାଁ ର ସମସ୍ତେ ସହଯୋଗ କରୁଥିବା ଯାତ୍ରା ପରିଚାଳନା କମିଟି ପକ୍ଷରୁ ଜଣାପଡିଛି  l ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କମିଟିର ସଦସ୍ୟ ଏବଂ ଯୁବଗୋଷ୍ଠୀ ସହଯୋଗ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ