ମାଁ ଙ୍କ ଦର୍ଶନ କଲେ ସାଂସଦ , ବିଧାୟକ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ସ୍ଥାନୀୟ ଲୋୟରବସଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀବଜାର ମାର୍କେଟ କଂପେକ୍ସ ଠାରେ ମାଁ ଗଜଲକ୍ଷ୍ମୀପୂଜା ଚତୁର୍ଥ ଦିନରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଜଂୟ ରେଡ୍ଡୀ, ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ ଓ ଆଦିକନ୍ଦ ସେଠୀ, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି, ଯୁବନେତା ଶ୍ରୀକାନ୍ତ ମହାନ୍ତି, ସମରଝୋଳସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଉପଦେଷ୍ଟା ତଥା ଯୁବ ଆଇନଜିବୀ ବି.ଶ୍ରୀନିବାସ ରାଓଙ୍କ ସମେତ ବହୁମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ମାଁଙ୍କ ସୂର୍ଯ୍ୟପୂଜାରେ ସାମିଲ ହେବା ସହ ଆର୍ଶିବାଦ ଲାଭ କରିଥିଲେ । ସନ୍ଧ୍ୟା ରେ ମାଙ୍କ ୧୦୮ ଆଳତୀକୁ ଦେଖିବା ନିମନ୍ତେ ଆଖପାଖ ଅଂଚଳ ମହିଳା ଓ ପୁରୁଷ ସାମିଲ ହୋଇ ମାଙ୍କ ପୂଜାଅର୍ଚ୍ଚନା କରିଥିଲେ । ପବିତ୍ର କୁମାରପୂର୍ଣ୍ଣମୀ ଦିନ ଠାରୁ ମାଁଙ୍କ ପୂଜା ଆଚାର୍ଯ୍ୟ ସରୋଜ ଶତପଥୀ , ନୃସିଂହ ଚରଣ ପଣ୍ଡା ଓ ସୁମନ ପଣ୍ଡାଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ପୂଜା ଅକ୍ଟୋର୨୧ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଲକ୍ଷ୍ମୀବଜାର ପୂଜା କମିଟିର ସଭାପତି ବସନ୍ତ କୁମାର ମହାରଣା, ସଂପାଦକ ପ୍ରଦୀପ କୁମାର ସାହୁ,ଉପସଭାପତି ମନୋଜ କୁମାର ସାହୁ,ଆରତ ବିଶ୍ୱାଳ,ଅଶୋକ କୁମାର ବେହେରା,କୋଷାଧ୍ୟକ୍ଷ ଅତୁଲ କୁମାର ଦାସ,ସ୍ୱାଭିମାନ ସ୍ୱେଚ୍ଛାସେବୀ ସଙ୍ଗଠନର ସଭାପତି ତଥା ଯୁବ ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣା,ସମାଜସେବୀ କେ.ହରିନାଥ,ଚିନ୍ମୟ କୁମାର ଦାସ,କେଞ୍ଚୁ ପୁରୋହିତ,ପ୍ରକାଶ ଚନ୍ଦ୍ର ପୁରୋହୋତ, ସନ୍ତୋଷ ଚୈାଧୁରୀ,ବାବୁ ବେହେରା,ସୁରେନ୍ଦ୍ର ବେହେରା,ଆନ୍ତର୍ଯାତିକ ଖେଳାଳୀ ଭି.ରମେଶ ରାଓ,ସୁଶାନ୍ତ କୁମାର ବେହେରା,ମୁନା ସାମଲ,ଏସ୍ . ପ୍ରବୀଣ କୁମାର ରାଓ,ସରୋଜ କୁମାର ପାଢୀ,ପି.ରାଜ କୁମାର,ଅଖିଳ କୁମାର ପାଣିଗ୍ରାହୀ,ଲିପୁନ କୁମାର ବିଶ୍ୱାଳ,ନାରାୟଣ ମହାରଣା,କେ.କମଲ କୁମାର,ସନ୍ତୋଷ କୁମାର ସାହୁ,ନଳିନୀକାନ୍ତ ନାୟକ (ପପି),ରବି ନାରାୟଣ ବେହେରା,ମନୋଜ ରେଡ୍ଡି,କିଶୋର ମହାନ୍ତି, ଅଟ୍ଟଳବିହାରୀ ପଟ୍ଟନାୟକ, ସୁଦାମ ରାଉଳ, ଶତୃଘ୍ନ ମାହଙ୍କୁଡ ଙ୍କ ସମେତ ସମସ୍ତ ପୂଜା କମିଟିର ସଦସ୍ୟ ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ