ମାଁ ଠାକୁରାଣୀଙ୍କ ଯାତ୍ରା ଉଦଯାପିତ

ବ୍ରହ୍ମପୁର,(ଅନିଲ କୁମାର):ବ୍ରହ୍ମପୁର ଉପକଣ୍ଠସ୍ଥ ଲାଠି ଗ୍ରାମରେ ମାଁ ଠାକୁରାଣୀଙ୍କ ଯାତ୍ରା ଉଦଯାପନ ହୋଇଯାଇଛି l ମାଁଙ୍କୁ ବିରାଟ ପଟୁଆରରେ ଗ୍ରାମର ସମସ୍ତ ସାହି ପରିକ୍ରମା କରିଥିଲେ l ବାଜାବାଜଣା ଘଣ୍ଟବାଦ୍ୟ, କଳା କୁଞ୍ଜ, ଘୋଡ଼ା ନାଚ, ବାଘ, ଷଣ୍ଢ, ନବରଙ୍ଗ, ମାନସିକଧାରୀଙ୍କ ବାଘ ବେଶ ଶୋଭାଯାତ୍ରାରେ ଗ୍ରାମର ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା l ସମସ୍ତ ସାହିରେ ଆଲୋକାମାଳାରେ ସଜ୍ଜିତ ହେବା ସହ ନାଚଗୀତର ଆସର ଜମିଥିବା ଦେଖିବାକୁ ମିଳିଛି। ଭାରତଲୀଳା, ଅପେରା, ରାମାୟଣ, ପ୍ରହଲ୍ଲାଦ ନାଟକ ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଅଞ୍ଚଳ ଉତ୍ସବ ମୁଖରିତ ହୋଇଥିଲା, ଯାତ୍ରା ଞ୍ଚଳରେ ଭିଡ଼ ଜମିବା ସହ ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ଯାତାୟାତ ଲାଗିରହିଥିଲା, ଯାତ୍ରା ଦେଖିବା ପାଇଁ ପାଖ ଆଖ ଗ୍ରାମରୁ ଜନ ସମାଗମ ଦେଖିବାକୁ ମିଳିଥିଲା lଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଵା ବେଳେ ଯାତ୍ରାକୁ ସରପଞ୍ଚ, ସମିତିସଭ୍ୟ ଓ ଲାଠି ଗ୍ରାମର ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ