ମାଁ ବରାଳଦେବୀ ମନ୍ଦିର ପରିଚାଳନା କମିଟିର ସାଧାରଣ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ 

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ଫୁଲବାଣୀ ନିକଟସ୍ଥ ପୁନ୍ଦାଲି ଗ୍ରାମରେ ଶ୍ରୀ ଶ୍ରୀ ମାଁ ବରାଳ ଦେବୀ ମନ୍ଦିର ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ପରିଚାଳନା କମିଟିର ସଭାପତି ସପ୍ତେଶ୍ୱର କହଁରଙ୍କ  ଅଧ୍ୟକ୍ଷତାରେ କାର୍ଯ୍ୟ ପରିଚାଳନା ହୋଇଥିଲା । ଏଠାରେ କୁଇ ସମାଜ ଯୁବ ପରିଷଦ କନ୍ଧମାଳ ର ସଭାପତି ଦେବାଶିଷ କହଁର, ଡମସିଂ ଶାଖା କୁଇ ସମାଜର ଉପସଭାପତି ପଞ୍ଚାନନ କହଁର, ଡମସିଂ ଶାଖାର ସମ୍ପାଦକ ତଥା କେନ୍ଦ୍ର କୁଇ ସମାଜ ଫୁଲବାଣୀର ଯୁଗ୍ମ ସମ୍ପାଦକ ପିତାମ୍ବର ମଲ୍ଲିକ, ଡମସିଂ ଶାଖାର ସମସ୍ତ ଗ୍ରାମର ଗ୍ରାମ ସଭ୍ୟ ପ୍ରମୁଖ ଯୋଗଦାନ କରିଥିଲେ । ମନ୍ଦିରର ସୁପରିଚାଳନା ବିଷୟରେ ଆଲୋଚନା ଓ ନୂତନ କର୍ମକର୍ତ୍ତା ଙ୍କ ଚୟନ କରାଯାଇଛି । ମୂଳ ରୁଜାଙ୍ଗୀ ଗ୍ରାମର ହରପ୍ରସାଦ କହଁରଙ୍କୁ ନୂତନ ସଭାପତି, ଦୁର୍ଗାକୁମ୍ପା ଗ୍ରାମର ଦିବାକର କହଁର ଉପସଭାପତି, ବେଲପଦର ଗ୍ରାମର ଦିଲ୍ଲୀପ କହଁର ସମ୍ପାଦକ, ସାର୍ତ୍ତାଗୁଡ଼ା ଗ୍ରାମର ଅବନୀ କହଁର ଯୁଗ୍ମ ସମ୍ପାଦକ ଓ ସେସାକେରା ଗ୍ରାମର ପଞ୍ଚାନନ କହଁରଙ୍କୁ କୋଷାଧ୍ୟକ୍ଷ ଭାବରେ ଚୟନ କରାଯାଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ