ମାଁ ବାଟମଙ୍ଗଳାଙ୍କ ବିଗ୍ରହ ପ୍ରତିଷ୍ଠା ଗଙ୍ଗାମା ମନ୍ଦିର ସମ୍ମୁଖରେ ଅନୁଷ୍ଠିତ
କୋରାପୁଟ,(ହେମନ୍ତ ପାଣିଗ୍ରାହୀ): କୋରାପୁଟ ଜିଲ୍ଲା ଜୟପୁର ବେଢ଼ା ସାହି ସ୍ଥିତ ଐତିହାସିକ ମନ୍ଦିର ମାଁ ଗଙ୍ଗାମା ମନ୍ଦିର ସମ୍ମୁଖରେ ମାଁ ବାଟମଙ୍ଗଳା ଙ୍କ ବିଗ୍ରହ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ତା-୮ ଓ ୯ ମଇ ଦୁଇ ଦିନ ଧରି ଚାଲିଥିବା ଏହି ପ୍ରତିଷ୍ଠା ଦିବସ ଅବସରରେ ଗତକାଲି ୮ ତାରିଖ ରାଗୁରୁବାର ସକାଳ ୯ ଘଟିକା ସମୟରେ ମାଁ ବାଟମଙ୍ଗଳାଙ୍କ ମଣ୍ଡଳ କରଣ, ଅପରାହ୍ନ ୪:୦୦ ଘଟିକା ସମୟରେ ଜଳଯାତ୍ରା କାର୍ଯ୍ୟ କରାଯାଇଥିଲା। ଆଜି ଇଁ ତା-୯ ମଇ ୨୦୨୫ ରିଖ ଶୁକ୍ରବାର ବୈଶାଖ ମାସ ଶୁକ୍ଳପକ୍ଷ ଦ୍ବାଦଶୀ ତିଥି ଭୃଗୁବାସରେ ହସ୍ତାନକ୍ଷତ୍ରେ କନ୍ୟାଚନ୍ଦ୍ର ମେଷ ୨୬ ଦିବସେ ଶ୍ରୀ ଶ୍ରୀ ଶ୍ରୀ ମାଁ ବାଟମଙ୍ଗଳା ଙ୍କ ବିଗ୍ରହ ପ୍ରତିଷ୍ଠା ଗଙ୍ଗାମା ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ସକାଳ ୮:୦୦ ଘଟିକା ସମୟରେ ମାଁଙ୍କ ଅଧିବାସ ପୂଜାର୍ଚ୍ଚନା,ଅପରାହ୍ନ ୧:୦୦ ଘଟିକା ସମୟରେ ପ୍ରସାଦ ସେବନ ରାତ୍ର ୧୦:୩୦ମି ସମୟରେ ପୂର୍ଣ୍ଣାହୁତି କାର୍ଯ୍ୟ ସମାପନ ହୋଇଥିଲା। ଦୁଇ ଦିନ ଧରି ଚାଲିଥିବା ଏହି ପ୍ରତିଷ୍ଠା ଦିବସକୁ ମନ୍ଦିର ସେବିକା ଭାନୁ ମା ରିତିନିତି ଅନୁସାରେ ମାଁ ଙ୍କ ପୂଜା ପାଠ କରିଥିବା ବେଳେ ଗଙ୍ଗାମା ପୂଜା କମିଟି ବେଡ଼ା ସାହି ଜୟପୁର,ଦ୍ଵାରା ସୁପରିଚାଳନା କରାଯାଇଥିଲା।