ମାଁ ବାଳକୁମାରୀ ଟ୍ରେକର ମାଲିକ ସଂଘ ତରଫରୁ ରକ୍ତଦାନ ଶିବିର
ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର):ପାତ୍ରପୁର ମାଁ ବାଳକୁମାରୀ ଟ୍ରେକର ମାଲିକ ସଂଘ ତରଫରୁ ସୋମବାର ପାତ୍ରପୁର ମୂଖ୍ୟ ବସଷ୍ଟାଣ୍ଡ କାର୍ଯ୍ୟାଳୟ ନିକଟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇ ମୋଟ ୫୦ ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି ।ସଂଘ ସଭାପତି ଚିନ୍ତାମଣି ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ଚିକିଟି ତହସିଲଦାର ବିଶ୍ୱରଞ୍ଜନ କଂହର ଓ ପାତ୍ରପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମୂଖ୍ୟ ଡା.ସମ୍ବିତ ବେଗରାୟ ଉଦଘାଟନ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜରଡ଼ା ଥାନା ଏସାଇ ଟଙ୍କଧର ଦେସାରି, ସଂଘ ସମ୍ପାଦକ ବି.ସୂର୍ଯ୍ୟନାରାୟଣ ସୁବୁଦ୍ଧିଙ୍କ ସହ ବହୁ ଆଗ୍ରହୀ ରକ୍ତଦାତା ଓ ବ୍ରହ୍ମପୁର ରକ୍ତଭଣ୍ଡାର କର୍ମଚାରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ସଦାନନ୍ଦ ସାହୁ,ରାମଚନ୍ଦ୍ର ଗୌଡ଼,ସନ୍ତୋଷ ଅଧିକାରୀ, ପରୀକ୍ଷିତ ଚଣ୍ଡ, ରମେଶ ନାୟକ,ପରୀକ୍ଷିତ କୁଣ୍ଡ,ନରୋତ୍ତମ ସାହୁ,ଅଶ୍ୱିନୀ ପ୍ରଧାନ,ତପନ ମହାନ୍ତି,ସୁଶାନ୍ତ ସାହୁ,ଦଣ୍ଡପାଣି ପ୍ରଧାନ, ଶଙ୍କର ପାଳ,ଏ.ଧର୍ମରାଜୁ , କୁମାର ରେଡ୍ଡୀ , ମିଥୁନ ତ୍ରିପାଠୀ,ପ୍ରମୁଖଙ୍କ ସହ ମାଲିକ ସଂଘର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।