ମାଁ ବ୍ରାହ୍ମଣ ଦେବୀଙ୍କ ଐତିହାସିକ ଦ୍ୱିବାର୍ଷିକ ଯାତ୍ରା ଅସ୍ଥାୟୀ ମନ୍ଦିରରେ ଶୁଭଖୁଣ୍ଟି ସ୍ଥାପନ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗଞ୍ଜାମ ଜିଲ୍ଲାର ମନ୍ଦିର ମାଳିନୀ ସହର ବେଲଗୁଣ୍ଠାର ୨୦୨୩ରେ ହେବାକୁ ଥିବା ଐତିହାସିକ ଦ୍ୱିବାର୍ଷିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ।ଏହି ଅବସରରେ ବେଲଗୁଣ୍ଠା କୋଳି ସାହିର ଯାତ୍ରା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ଆଜି ମଧ୍ୟାହ୍ନରେ ମାଁ ଙ୍କ ବାପ ଘର ସାହି କୋଳି ସାହି କମିଟି, ବେଲଗୁଣ୍ଠା ସହର ବାସିନ୍ଦା ଅସ୍ଥାୟୀ ପୀଠ ଠାରୁ ବାଜା,ବାଣ, ରୋଷଣୀ ସହିତ ଏକ ସୌନ୍ଦର୍ଯ୍ୟଭରା ଶୋଭାଯାତ୍ରାରେ ବାହାରି କୋଳି ସାହି, କଂସାରୀ ସାହି, ବଡ଼ଦାଣ୍ଡ ସାହି,ଭଗବତ ପାଟଣା ଦେଇ ମାଁ ବ୍ରାହ୍ମଣ ଦେବୀଙ୍କ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ବେହେରା ମାଁ ଙ୍କୁ ସ୍ମରଣା କରି ଆବାହନ କରିଥିଲେ । ମାଁ ଙ୍କୁ ମଙ୍ଗଳ ଆରତୀ କରାଯାଇ ଆଶିର୍ବାଦ ନେଇ ପୀଠରେ ଥିବା ବାଉଁଶ ବଣରୁ ଏକ ବାଉଁଶ କୁ ଶୁଭ ଖୁଣ୍ଟି ରୁପେ ପୂଜାର୍ଚ୍ଚନା କରିଥିଲେ ।ତା ପରେ ସେହି ବାଉଁଶ କୁ ଛେଦନ କରାଯାଇଥିଲା । ତାହାକୁ ନେଇ ବେଲଗୁଣ୍ଠା କୋଳି ସାହି ସ୍ଥିତ ଅସ୍ଥାୟୀ ପୀଠରେ ପୂଜାର୍ଚ୍ଚନା କରାଯାଇଥିଲା ।ଆଗାମୀ ଅକ୍ଷୟ ତୃତୀୟା ତିଥିରେ ମାଁ ବ୍ରାହ୍ମଣ ଦେବୀ ବେଲଗୁଣ୍ଠା ଆଗମନ ପରମ୍ପରା ରହିଥିବା ବେଳେ ମାଁ ଙ୍କ ନଗର ପରିକ୍ରମା ସମୟରେ ବିଭିନ୍ନ ପ୍ରକାରର ବାଣ ପଟୁଆରକୁ ନେଇ ବେଲଗୁଣ୍ଠା ଠାକୁରାଣୀ ଯାତ୍ରାର ସ୍ୱତନ୍ତ୍ର ପରିଚୟ ରହିଛି ।ଏହି ଦ୍ୱିବାର୍ଷିକ ଯାତ୍ରା ଗତ ୨୦୧୯ ରେ ହୋଇଥିବା ବେଳେ ୨୦୨୧ରେ କରୋନ କଟକଣା ଯୋଗୁଁ ବନ୍ଦ ରହିଥିଲା ତେଣୁ ସହରବାସୀ ଉତ୍ସୁକତାର ସହ ମାଁ ଙ୍କ ଅଗମନକୁ ଚାହିବସିଛନ୍ତି ।ଏହି କାର୍ଯ୍ୟକ୍ରମରେ କୋଳି ସାହି କମିଟି ସଭାପତି ଲୋକନାଥ ପାତ୍ର, ଉପସଭାପତି ରାଧାକୃଷ୍ଣ ସ୍ୱାଇଁ, ସମ୍ପାଦକ ବିଭୁତି ପାତ୍ର, କୋଷାଧ୍ୟକ୍ଷ ନିତ୍ୟାନନ୍ଦ ପାତ୍ର, ଉପଦେଷ୍ଟା ଦିଲ୍ଲୀପ ଆଚାରୀ, ଏନ୍.ଏ.ସି ଅଧ୍ୟକ୍ଷ ଫିରୋଜ କୁମାର ସେଠୀ, ଉପାଧ୍ୟକ୍ଷା ଟି.ବବିତା କୁମାରୀ, ପୁର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ,କାଉନସିଲର , ଭାସ୍କର ପାତ୍ର,ଦିବ୍ୟ ରଞ୍ଜନ ଦାଶ ପ୍ରଦିପ ସେଠୀ,ବିଶ୍ୱନାଥ ଦଳେଇ, କାହ୍ନୁ ଚରଣ ସାହୁ, ରଞ୍ଜିତ କୁମାର ସାମଲ, ଆଇନଜୀବି ସନ୍ତୋଷ କୁମାର ପଣ୍ଡା, ପୁର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ, କୈଳାସ ମହାପାତ୍ର, ରବୀନ୍ଦ୍ରନାଥ ଚୌଧୁରୀ, ଚନ୍ଦନ କୁମାର ସାହୁ,ଗଣମାଧ୍ୟମ ପ୍ରତିନିଧି,କୋଳି ସାହି ଯୁବକ ସଂଘ, ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ