ମାଁ ରାମଚଣ୍ଡୀ ପୀଠକୁ ପର୍ଯ୍ୟଟନର ମାନ୍ୟତା ଦାବିରେ ଉପମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମର ପ୍ରସିଦ୍ଧ ଦେବୀ ପୀଠ ମାଁ ରାମଚଣ୍ଡୀ ପୀଠକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବାନେଇ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତି ପରିଡାଙ୍କୁ ଭେଟି ଆଲୋଚନା କରିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି, ରାମଚଣ୍ଡୀ ମନ୍ଦିର ପରିଚଳନା କମିଟି l ଆଜି ମନ୍ଦିର ପରିଚଳନା କମିଟି ସଂଯୋଜକ କମଲ ପଣ୍ଡା ଙ୍କ ନେତୃତ୍ୱ ରେ ଉପଦେଷ୍ଟା ତ୍ରିପତି ବାଲାଜୀ ମିଶ୍ର, ସହସଂଯୋଜକ ତୁଷାର ଶତପଥୀ ଓ ସୋନାଲି ଶତପଥୀ ପ୍ରମୁଖ ଓଡିଶାର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କୁ ଭେଟି ଏହି ପ୍ରସିଦ୍ଧ ଦେବୀ ପୀଠକୁ ପର୍ଯ୍ୟଟନର ମାନ୍ୟତା ଦେବା ପାଇଁ ତଥ୍ୟ ଭିତ୍ତିକ ଆଲୋଚନା କରିବା ସହ ଛତ୍ରପୁର ର ବିଧାୟକ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ବ୍ଲକ ଅଧକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ଓ କରପଡା ସରପଞ୍ଚ ଶ୍ରୀ ଅଜୟ ନାୟକ ଙ୍କ ସ୍ୱୀକୃତି ପତ୍ର ମଧ୍ୟ ସଂଲଗ୍ନ ର ଏକ ସ୍ମରକପତ୍ର ପ୍ରଦାନ କରିଥିଲେ l ଏବଂ ମାଁଙ୍କ ସ୍ମୃତିଚିତ୍ର ପ୍ରଦାନ କରିବା ସହ ଆସନ୍ତାବର୍ଷ ଫେବୃୟାରୀ ମାସ ୧୬,୧୭,୧୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱତୀୟ ବାର୍ଷିକ ଉତ୍ସବ ତଥା ବିଶାଳ ସାଧୁ ସମାବେଶ, ଲକ୍ଷାଧିକ ବେଲପତ୍ର ଅର୍ଚ୍ଚନ ଏବଂ ମା ରାମଚଣ୍ଡି ମହୋଉତ୍ସବ ଯୋଗଦାନ କରିବାକୁ ଅନୁରୋଧ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ