ମାଁ ର ସବ ଛୁଇଁଲେନି ପୁଅ, ସବ ସତ୍କାର କଲା ଟିମ୍ ହ୍ୟୁମାନିଟି

ଫୁଲବାଣୀ, (ସୁର୍ଯ୍ୟ ନାରାୟଣ ବେହେରା):ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବହୁତ ଦିନ ହେବ ଜଣେ ବୃଦ୍ଧା (ସୁମିତ୍ରା ବେହେରା) ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା। ପୋଲିସ ମୃତ ଶରୀରକୁ ଉଦ୍ଧାର କରି ପୋଷ୍ଟ ପୋର୍ଟମ କରି ଆଜି ମୃତ ବୃଦ୍ଧାଙ୍କ ସବକୁ ଦୁଇ ପୁଅଙ୍କୁ ହସ୍ତାନ୍ତର କରିଥିଲେ ।ଦୁଇ ପୁଅ ମଧ୍ୟରେ ଜଣେ ଜିରିଙ୍ଗ ପଡ଼ା ଓ ଅନ୍ୟ ଜଣେ ଜାମୁଝୋରୀ ରେ ରୁହନ୍ତି। କିନ୍ତୁ ମୃତ ମାଁ ଙ୍କ ସବକୁ ଉଭୟ ପୁଅ ସବ ସତ୍କାର କରିବା ନିମନ୍ତେ ଅନିଚ୍ଛା ପ୍ରକାଶ କରି ଟିମ୍ ହ୍ୟୁମାନିଟି କନ୍ଧମାଳ କୁ ଲିଖିତ ଭାବେ ସହଯୋଗ ଲୋଡିଥିଲେ। ଟିମ୍ ସଦସ୍ୟ ସଦସ୍ୟା ଭି. ଲୋକନାଥ ରାଜୁ,ଭି. ଜଗନ୍ନାଥ ରାଜୁ,ରାଜୀବ ନେତ୍ର ପଟ୍ଟନାୟକ,ଅନୁପ ବିକ୍ରମ ପାତ୍ର,ସନ୍ତୋଷ କୁମାର ବାରିକ,ଏସ କେ ଅବଦୁଲ ସାକୀର, ଅକ୍ଷୟ କୁମାର ମହାପାତ୍ର ଏବଂ ରେଶମା ବେହେରା ପ୍ରମୁଖ ମିଳିତ ଭାବେ ଦାଇତ୍ୱ ନେଇ ମୃତ ବୃଦ୍ଧା ଙ୍କ ସବ ସତ୍କାର କରିବା ପାଇଁ ଆଗେଇ ଆସିଲେ। ଟିମ୍ ଦ୍ବାରା ସ୍ଥାନୀୟ ସ୍ମଶାନ ରେ ହିନ୍ଦୁ ରୀତିରେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରି ଫେରିଛନ୍ତି। ଟିମ୍ ଦ୍ବାରା ନିଆ ଯାଇଥିବା ଏଭଳି ଧର୍ମ କାର୍ଯ୍ୟ ପାଇଁ ସାଧୁବାଦ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ